ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ

ବ୍ୟଙ୍ଗାତ୍ମକ ନାଟକ "ଗାଲୁଆ" ମଞ୍ଚସ୍ଥ

ଢେଙ୍କାନାଳ: ଭାରତ ମାତା ସେଵା ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କାଳ ଗଣନା ଅନୁଯାୟୀ ବ୍ରହ୍ମା ଙ୍କ ଦ୍ଵାରା ସୃଷ୍ଟିର ଆରମ୍ଭ ତିଥି ଚୈତ୍ର ଶୁଳ୍କ ପ୍ରତିପଦାକୁ ହିନ୍ଦୁ ମାନେ ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରିଥାନ୍ତି।

ସେହି କ୍ରମରେ ଭାରତ ମାତା ସେବା ଅନୁଷ୍ଠାନ ଦ୍ୱାରା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମହାସମାରୋହରେ ଢେଙ୍କାନାଳ ଜନସାଧାରଣ ଙ୍କ ସହଯୋଗରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାପତି ଇଂ ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ମା. ବିଶ୍ବହିନ୍ଦୁ ପରିଷଦ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମହେଶ ସାହୁ ( ସୋନିଜି) ଉପସ୍ଥିତ ରହି ସମାବେଶକୁ ଭାରତ ବର୍ଷରେ ପାଶ୍ଚାତ୍ୟ ସଂସ୍କୃତି ର ପ୍ରଭାବ ଓ ରାଷ୍ଟ୍ର ହିତ ପାଇଁ ହିନ୍ଦୁମାନଙ୍କ ର କର୍ତ୍ତବ୍ୟ ବିଷୟରେ ବହୁ ସାର ଗର୍ଭକ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନ ର ସଂପାଦକ ଶ୍ରୀ ଶକ୍ତି ପ୍ରସାଦ ନନ୍ଦ ବିବରଣୀ ପଠନ କରିଥିଲା ବେଳେ, କୋଷାଧ୍ୟକ୍ଷ ଶ୍ରୀ କଲ୍ୟାଣ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠାନ ଢେଙ୍କାନାଳ ର ଭିନ୍ନ ଭିନ୍ନ କ୍ଷେତ୍ରରେ ସେବା ଦେଇଥିବା ପାଞ୍ଚ ଜଣ ପ୍ରତିଭା ଯଥା ସମାଜସେବା ପାଇଁ ମାରୱାଡ଼ି ଯୁବା ମଞ୍ଚ, ମହିଳା ସଶକ୍ତିକରଣ ପାଇଁ ରାଜଶ୍ରୀ ଶତପଥୀ, ସାମାଜିକ ବନିକରଣ ପାଇଁ ଅସିତ କୁମାର ଦାସ, ଶିକ୍ଷା କ୍ଷେତ୍ରରେ ବଳରାମ ଖୁଣ୍ଟିଆ ଓ ସ୍ୱଚ୍ଛଭାରତ ପାଇଁ ରମେଶ ନାୟକଙ୍କୁ ସମ୍ଭର୍ଦ୍ଧିତ କରିଥିଲା ।

ପ୍ରଥମେ ଭଜନ ସମାରୋହ ପରେ ବୌଦ୍ଧିକ କାର୍ଯ୍ୟକ୍ରମ ଓ ଶେଷରେ ଅନୁଷ୍ଠାନ ର “ସେନେହ ଡୋରି ସାଂସ୍କୃତିକ ପରିଷଦ” ଦ୍ୱାରା ଏକ ଭିନ୍ନ ସ୍ୱାଦର ନାଟକ ବ୍ୟଙ୍ଗାତ୍ମକ ନାଟକ “ଗାଲୁଆ” ମଞ୍ଚସ୍ଥ କରାଯାଇଥିଲା। ବୌଦ୍ଧିକ ମଞ୍ଚକୁ ଶ୍ରୀ ଶଶିକାନ୍ତ ଦାସ ପରିଚାଳନା କରିଥିଲା ବେଳେ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିଶେଷରେ ସହଭୋଜ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Comments (0)
Add Comment