ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ : ଭୁବନ ବ୍ଲକରସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ବେହେରାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଡିଓ ଆଶୀର୍ବାଦ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ସାହୁ , ଜିପିଇଓ ଶ୍ରୀକାନ୍ତ ବେହେରା , କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସ୍ୱାଇଁ , ଅଜୟ କୁମାର ଜେନା , ରାମଚନ୍ଦ୍ର ହେମ୍ବ୍ରମ , ଯୋଗାଣ ନିରୀକ୍ଷକ ବେଢା ବେସ୍ରା , ଆକାଉଟାଣ୍ଟ ପ୍ରଶାନ୍ତ କୁମାର ବିଶ୍ୱାଳ ,ଜିଆରଏ ଧୀରେନ କୁମାର ବିଶ୍ୱାଳ , ମୁଖ୍ୟ କିରାଣୀ ଅଦେ୍ର୍ଧନ୍ଦୁ ଶେଖର ପତି , ଯଜାତି କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଯନ୍ତ୍ରୀ ରବୀନ୍ଦ୍ର ବେହେରା ଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ଶେଷରେ ପଂଚାୟତ ସମିତି ତରଫର ୁ ଶ୍ରୀଯୁକ୍ତ ବେହେରାଙ୍କୁ ପୁଷ୍ପଗୁଚ୍ଛ , ଉତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ଉପହାର ପ୍ରଦାନ କରାଯାଇଥିଲା ।

Comments (0)
Add Comment