ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଡାକ୍ତରୀ ଛାତ୍ର

ଢେଙ୍କାନାଳ: ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି।ତିନିମାସ ତଳେ ଏମବିବିଏସ ପାଠ ପଢିବା ପାଇଁ ଢେଙ୍କାନାଳରୁ ଯାଇଥିଲେ।

୨୦ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହିଥିବା ବେଳେ ତାଙ୍କ ମା ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଜି ଦିନତମାମ କଥା ହେଉଥିବା କହିଛନ୍ତି।ଗତକାଲି ଅପେକ୍ଷା ଆଜି ୟୁକ୍ରେନର ବିନିସ୍ତା ଅଞ୍ଚଳରେ ଆଜି ସ୍ଥିତି ଟିକେ ବିଗୁଡୁଥିବା ଫୋନ ଯୋଗେ ମାଙ୍କୁ କହିଛନ୍ତି ସୁପ୍ରିତ।

ସେ ରହୁଥିବା ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଘରୁ ପଦାକୁ ନବାହାରିବାକୁ ପ୍ରଚାର କରାଯାଉଥିବା କହିଛନ୍ତି ସୁପ୍ରିତ। କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି ।

ଯେ କୌଣସି ମୁହୂର୍ତ୍ତରେ ସେଠାରେ ରହିଥିବା ଭାରତୀୟଙ୍କୁ ଫ୍ଲାଇଟରେ ପଠାଇବା ପାଇଁ ବ୍ୟବସ୍ଥା କରାଯାଇପାରେ ବୋଲି କଲେଜ ପକ୍ଷରୁ କୁହାଯାଇଛି ବୋଲି ମାଙ୍କୁ କହିଛନ୍ତି | ସୁପ୍ରିତ ଙ୍କ ପରି ଢେଙ୍କାନାଳ ର 20 ରୁ ଅଧିକ ଛାତ୍ର ଛାତ୍ରୀ ୟୁକ୍ରେନ ରେ ପାଠ ପଢୁଛନ୍ତି |

Comments (0)
Add Comment