ବାଲି ଚୋରା ଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ

ଢେଙ୍କାନାଳ:ଚୋରା ବାଲି ଚାଲାଣ ରେ ବ୍ୟବହୃତ ଏକ ଟ୍ରାକ୍ଟରଜବତ ହୋଇଛି | ଟ୍ରାକ୍ଟର ଟି କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗ୍ରାମର ବିରଞ୍ଚି ସାହୁଙ୍କର ବୋଲି ଜଣାପଡିଛି | ଟ୍ରାକ୍ଟର ନମ୍ବର OD06J2708  ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି |

ତାଳଚେର ଅଞ୍ଚଳ ସମାକୋଇ ନଦୀରୁ ପ୍ରତିଦିନ ଚୋରାରେ ବାଲି ଆଣୁଥିବା ବେଳେ ଶୁକ୍ରବାର ଦିନ 10.30  ସମୟରେ ଅଚାନକ କଙ୍କଡ଼ାହାଡ଼ ତହସିଲଦାର ରମେଶ ଚନ୍ଦ୍ର ଜେନା ଚଢାଉ କରି ଗାଡିକୁ ଜବତ କରି ପନ୍ଦର ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ |

ଗାଡିର ଇନ୍ସୁରାନ୍ସ ପଲିସ ଅବଧି ଶେଷ ହୋଇଯାଇଥିବା ବେଳେ ଖୋଲାଖୋଲି ଗାଡିରେ ବେନିୟମ ଭାବରେ ବାଲି ଚୋରାଚାଲାଣ କରୁଥିବା ନଜର କୁ ଆସିଛି | 

Comments (0)
Add Comment