କୂଅରେ ପଡି ଶିଶୁ ପୁତ୍ର ମୃତ

ଗଁଦିଆ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ କୂଅରେ ପଡି ଜଣେ ଶିଶୁର ଜୀବନ ଅକାଳରେ ଚାଲଯାଇଛି । ଗ୍ରାମର ସୁକାନ୍ତ ଖଟୁଆଙ୍କ ପୁଅ ଟକୁଲ ଖଟୁଆ(୫) ଆଜି ଦିନ ୯ଟା ସମୟରେ ନିଜ ଘର ପାଖରେ ଖେଳୁଥିଲେ ।

ସେହି ପାଖରେ ଏକ ବଡ ଖାଲ ବା ଚୁଆ ଥିବା ବେଳେ ଖେଳୁ ଖେଳୁ ପାଦ ଖସିଯିବାକୁ ଟକୁଲ ସେହି ଗାତରେ ପଡିଯାଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାର କୌଣସି ସନ୍ଧାନ ପାଇନଥିଲେ ।

ସନେ୍ଦହରେ ଗାତକୁ ଖୋଜିବା ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment