୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଲିପୁନା ବେହେରା ଶ୍ରେଷ୍ଠ ଖେଳାଳି ବିବେଚିତ

ଢେଙ୍କାନାଳ : ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଦାନନ୍ଦ ଦେହୁରୀ ମୁଖ୍ୟ ଅତିଥି ରୂପେ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ଦାଶ,ପୂର୍ବତନ ସମିତିସଭ୍ୟ ଗଙ୍ଗାଧର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଉଦଘାଟନ ମ୍ୟାଚରେ ଚୌଦ୍ୱାର ଓ ଛତିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଛତିଆ ପ୍ରଥମେ ବ୍ୟାଟିଂ କରି ଆଲୋକ ସାହୁଙ୍କ ଅପରାଜିତ 60 ରନ ସହାୟତାରେ 180 ରନ କରିଥିଲେ। ଜବାବରେ ଚୌଦ୍ୱାରର ଲିପୁନା ବେହେରାଙ୍କ 40 ରନ ସହାୟତାରେ 17 ଓଭରରେ 8 ଉଇକେଟ ସହାୟତାରେ 181 ରନ କରି ବିଜୟ ଲାଭ କରିଥିଲେ। ଲିପୁନା ବେହେରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ନିଶାନ୍ତ ପରିଡା ଓ ପ୍ରଜେଶ ଜେନା ଖେଳ ପରିଚାଳନା କରିଥିଲେ। ସିମାଚଳ ଷଡଙ୍ଗୀ ଓ ଦିପକ ଖଟୁଆ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରିଂ ରେ ସହାୟତା କରିଥିଲେ ସୌମ୍ୟରଂଜନ ସେଠୀ।

ଆସନ୍ତା କାଲିର ମ୍ୟାଚ କାମାକ୍ଷାନଗର ଓ ତିଗିରିଆ ମଧ୍ୟରେ ଅନୁଷ୍ଠିତ ହେବ।

Comments (0)
Add Comment