ବସୁଧା ଫାଉଣ୍ଡେସନ ପକ୍ଷରୁ ବର ଏବଂ ଅସ୍ୱସ୍ଥ ଚାରା ରୋପଣ

ଢେଙ୍କାନାଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଢେଙ୍କାନାଳର ସାମାଜିକ ସଂଗଠନ  ଜିଲ୍ଲାର ବିଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି ଅଭିଯାନ ଅନ୍ତର୍ଗତ ଜିରାଳ ଗ୍ରାମରେ ସଂଗଠନର କର୍ମୀ ରାଜକିଶୋର ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଖାଲି ସ୍ଥାନରେ ବର ଓ ଅଶ୍ୱତ୍ଥ ଚାରା ରୋପଣ କରାଯାଇଥିଲା। ସେହିପରି ମହିମା ଧର୍ମର ଅନନ୍ୟ ପୀଠ ଜକାରେ ଅମର କୁମାର ନାୟକଙ୍କ ନେତୃତ୍ୱରେ ମଧ୍ୟ ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଚାରା ରୋପଣ ସହ ସେଗୁଡ଼ିକର ନିୟମିତ ଯତ୍ନ ଓ ସଂରକ୍ଷଣ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବସୁଧା ଫାଉଣ୍ଡେସନର କର୍ମକର୍ତ୍ତା ମଦନମୋହନ ଶତପଥୀ କହିଛନ୍ତି ଯେ, ପରିବେଶ ସନ୍ତୁଳନ ରକ୍ଷା ଓ ସବୁଜ ଆବରଣ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ।

Comments (0)
Add Comment