ବିଶ୍ୱନାଥ ଦାସ ଢେଙ୍କାନାଳ ର ନୂଆ ମୁଖ୍ୟ ଜିଲା କୃଷି ଅଧିକାରୀ

ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ଜିଲା କୃଷି ଅଧିକାରୀ ଭାବେ ବିଶ୍ୱନାଥ ଦାସ ଯୋଗଦାନ କରିଛନ୍ତି ଓ ଶ୍ରୀ ଦାସ ଙ୍କ ଯୋଗଦାନ ପରେ କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ , କୃଷି ଗ୍ରାମ ସେବକ ସଂଘ ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି I

ଏଥି ପୂର୍ବ ରୁ ସେ କଟକ ଜିଲା ର ମୁଖ୍ୟ ଜିଲା କୃଷି ଅଧିକାରୀ ଭାବରେ କାର୍ୟ୍ୟରତ ଥିଲେ I ୨୦୨୦-୨୧ ମସିହାରେ ସେ ଢେଙ୍କାନାଳ କୃଷି ଜିଲା ଅଧିକାରୀ ଭାବରେ କାର୍ୟ୍ୟରତ ଥିଲେ I   ଫେବୃୟାରୀ ୨୮ ତାରିଖ ରେ  ମୁଖ୍ୟ ଜିଲା କୃଷି ଅଧିକାରୀ  ସୁବ୍ରତ ପାଢ଼ୀ ଅବସର ନେବା ପରେ ଏହି ପଦବୀ ଟି ଖାଲି ପଡିଥିଲା ଓ ଢେଙ୍କାନାଳ କୃଷି ଜିଲା ଅଧିକାରୀ ଶିବ ନାରାୟଣ ସିଂ ଏହି ଦାୟିତ୍ୱ ଥିଲେ ଓ ଶ୍ରୀ ସିଂ ଙ୍କ  ଠାରୁ ବିଶ୍ୱନାଥ ଦାସ  ଦାୟିତ୍ୱ ଗ୍ରହଣ କରିଛନ୍ତି I

ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ରେ ଜିଲା ରେ କାର୍ୟ୍ୟକାରୀ ହେଉ ଥିବା ଯୋଜନା  ର ସଫଳ ରୂପାୟନ ସହିତ ଚାଷୀ ମାନଙ୍କ ର ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି I ଜଣେ ଦକ୍ଷ ,ଅଭିଜ୍ଞ କୃଷି ବିଜ୍ଞାନୀ ଭାବରେ ବିଶ୍ୱନାଥ ଙ୍କ ସୁନାମ ରହିଛି I

Comments (0)
Add Comment