ପି- ଏମ ଜନମନ ଓ ଧରତୀ ଆବା ଗ୍ରାମ୍ୟ ଉନ୍ନତ ଅଭିଯାନରେ ସାମାଜିକ ଓ ଅର୍ଥନୈତିକ ବିକାଶ ପରିଲକ୍ଷିତ ହେଉଛି : ଜିଲ୍ଲାପାଳ

ଢେଙ୍କାନାଳ (ଜ୍ଞାନରଞ୍ଜନ ଶତପଥି):  ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ( ପିଏମ – ଜନମନ ) ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୭ ଗୋଟି ବ୍ଲକର ୧୧୨ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି l ଉକ୍ତ ଯୋଜନାରେ ସ୍ୱତନ୍ତ୍ର ଦୁର୍ବଳ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୧୧ଟି ମନ୍ତ୍ରାଳୟର କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଅଛି l ଜିଲ୍ଲାର ଜୁ ଆଙ୍ଗ ସମ୍ପ୍ରଦାୟର ଜନଜାତିମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି l ସରକାରଙ୍କ ଦ୍ୱାରା ବିଭିନ୍ନ ଜୁଆଙ୍ଗ ଜନବସତିରେ ପିଏମ ଜନମନ ସଚେତନତା ଶିବିର ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜନ କରାଯାଇଛି l

ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟର ୧୧୨୬ ଜଣ ହିତାଧିକାରୀଙ୍କ ଘର କାର୍ଯ୍ୟ ସାରିଥିବା ବେଳେ ୨୭୭୬ ଜଣ ହିତାଧିକାରୀଙ୍କୁ ଘର ଅନୁମୋଦନ କରାଯାଇଛି l ସମସ୍ତ ଜନବସତିରେ ଶିବିର କରାଯାଇ ଆଧାର ପଞ୍ଜିକରଣ କରାଯାଇଛି l ଏଥିରେ ୫୦୮ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି l ସେହିପରି ୧୩୨୨ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଶିରୋନାମା ପ୍ରଦାନ କରାଯାଇଛି l ଏହାସହିତ ଏସଂକ୍ରାନ୍ତ ରେ ୧୫୪ଟି ନୂତନ ଦରଖାସ୍ତ ଗ୍ରହଣ କରାଯାଇଛି l ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ୮୩ ଜଣ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ ସଂଯୋଗ ମିଳିଥିବାବେଳେ, ୧୨୮ ଜଣ ହିତାଧିକାରୀଙ୍କୁ ଅନୁମୋଦନ ମିଳିଛି l ସମସ୍ତ ଜୁଆଙ୍ଗ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଚାଲୁରହିଛି l ଏଥିସହିତ ସମସ୍ତ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇଥିବାବେଳେ ୧୪ ଟି ଗ୍ରାମର ୩୬. ୬୯୯ କିଲୋମିଟର ରାସ୍ତା ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ତରଫରୁ ଅନୁମୋଦନ ପ୍ରେରଣ କରାଯାଇଛି l ଏହି କାର୍ଯ୍ୟକ୍ରମ ପ୍ରରିପ୍ରେକ୍ଷୀରେ ଜିଲ୍ଲାର ୫ ଟି ଗ୍ରାମକୁ ମଡେଲ ଗ୍ରାମରେ ଅନ୍ତର୍ଭୁକ୍ତ କରାଯାଇଛି l ସେଗୁଡିକ ହେଲା ଯଥା : କଙ୍କଡ଼ାହାଡ଼ ବ୍ଲକର ଜରଡ଼ା, ଭାଲୁମୁଣ୍ଡା, ହଳଦିକୁଣ୍ଡି, ବାଘବସା, ବାଘୁଆ ଗ୍ରାମ l

ସରକାରଙ୍କ ଦ୍ବାରା ଏକ ନୂତନ ଯୋଜନା ଧରତୀ ଆବା ଜନାଜାତିୟ ଗ୍ରାମ୍ୟ ଉନ୍ନତ ଅଭିୟାନ (DA-JGUA) ପ୍ରଚଳିତ ହୋଇଅଛି । ଉକ୍ତ ସ୍କିମରେ ଢେଙ୍କାନାଳ ଜିଲ୍ଲାରେ ୬ ଗୋଟି ବ୍ଲକ ର ୧୨୭ ଗୋଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଥି ମଧ୍ୟରୁ ଢେଙ୍କାନାଳ ସଦର ବ୍ଲକ ର ୩ ଟି, ଗାଁଦିଆର ୭ ଟି, କାମାକ୍ଷାନଗରର ୫ ଟି, କଙ୍କଡାହାଡର ୧୧୦ ଟି, ଓଡାପଡା ର ୧ ଟି ଓ ପରଜଙ୍ଗ ର ୧ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଧରତୀ ଆବା ଜନଜାତିୟ ଗ୍ରାମ୍ୟ ଉନ୍ନତ ଅଭିଯାନ ରେ ୧୭ ଗୋଟି ମନ୍ତ୍ରଣାଳୟର ୨୫ ଗୋଟି କାର୍ଯକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି l ୧୫/୧୧/୨୦୨୪ ତାରିଖରେ ଜିଲ୍ଲାସ୍ତରୀୟ ଜନାଜାତିୟ ଗୌରବ ଦିବସ ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଥିଲା l ଏଥ‌ିରେ ପ୍ରାୟ ୩୦୦୦ ଜନଜାତିର ଲୋକଙ୍କ ସହ ଜନପ୍ରତିନିଧି ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟନ କରଯାଇଥିଲା ଏବଂ ଏହାକୁ ଦ୍ବିପାକ୍ଷିକ ସଂଯୋଗୀକରଣ କରଯାଇଥିଲା।

ଜୁନ ୧୫ ତାରିଖରୁ ଜୁନ ୩୦ ରିଖ ପର୍ଯ୍ୟନ୍ତ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଗ୍ରାମ୍ୟ ସ୍ତରରୁ ବ୍ଲକ ସ୍ତର ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବ୍ୟାପକ ସୂଚନା – ଶିକ୍ଷା – ଯୋଗାଯୋଗ କାର୍ଯ୍ୟକ୍ରମ ଶିବିର ମାଧ୍ୟମରେ ଅନୁଷ୍ଠିତ ହେବ।
ଏହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, ପିଏମ – ଜନମନ ଯୋଜନା ଓ ଧରତୀ ଆଵା ଜନଜାତୀୟ ଗ୍ରାମ୍ୟ ଉନ୍ନତ ଅଭିଯାନ, ଏହି ଦୁଇଟି ଯୋଜନା ଜନଜାତିଙ୍କ ବିକାଶର ମେରୁଦଣ୍ଡକୁ ସୁଦୃଢ କରିଛି ତାସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମୌଳିକ ସୁବିଧା ସୁଯୋଗ ପାଇବା ସହିତ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି l

Comments (0)
Add Comment