ପ୍ରେମ କରି ଛେଚା ଖାଇଲେ ବିବାହିତ ପୁରୁଷ ଓ ବିଧବା ମହିଳା

ଗଁଦିଆ (ସୌମ୍ୟ ରଞ୍ଜନ ମହାନ୍ତି ) : ସୋସିଆଲ ମିଡ଼ିଆ ରେ  ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ବିବାହିତ ପୁରୁଷ ଓ ଜଣେ ବିଧବା ମହିଳା ହୀନସ୍ତା ହେବାର ଦେଖିବାକୁ ମିଳିଛି l ପତ୍ନୀ ଙ୍କ ମାଡ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଲହୁଲୁହାଣ ହୋଇଛନ୍ତି I ଏହି ଘଟଣା ଏବେ ଗଁଦିଆରେ ଚର୍ଚ୍ଚା ର ବିଷୟ ପାଲଟିଛି I

ଗଁଦିଆ ଥାନା ଅନ୍ତର୍ଗତ ଚିରୁଲେଇ ଗ୍ରାମର ଜଣେ ବିବାହିତ ପୁରୁଷ  ଭୁବନ ଥାନା ଅନ୍ତର୍ଗତ ଗୋଡ଼ା -କାଶୀପୁର ଗ୍ରାମର ଜଣେ  ବିଧବା  ଙ୍କ ମଧ୍ୟରେ ମୋବାଇଲ  ସୋସିଆଲ ମିଡ଼ିଆ ମାଧ୍ୟମରେ  ପ୍ରେମ ଆରମ୍ଭ ହୋଇଥିଲା I  ପ୍ରେମରେ ଉବୁଡୁବପ୍ରେମିକ  ତାର ଗାଡ଼ି ମଟର ସବୁ ବିକ୍ରି କରି ପ୍ରେମରେ ମାତି ରହିଥିଲା ଓ ଯଦି ତାର ପତ୍ନୀ ସମ୍ପର୍କ ନେଇ ସୁରାକ ପାଇବା ପରେ ପଚାରିବାରୁ  ସେ ତାକୁ ମାରାପିଟ କରେ I

15ଦିନ ହେବ  ବିଧବା ମହିଳା କୁ ନେଇ ପ୍ରେମିକ କୋଣାର୍କ ରେ ରଖିଥିଲା I ଘଟଣା ସମ୍ପର୍ରେ ରମେଶ ପତ୍ନୀ  ଗଁଦିଆ ଥାନାରେ ଲିଖିତ ଭାବରେ ଜଣାଇଥିଲା l ଥାନା ବାବୁ ଡାକିବାରୁ ପ୍ରେମିକ  ଓ ପ୍ରେମିକା ସାଥି ହୋଇ ଥାନାକୁ ଆସିଥିଲେ , ହେଲେ  ପୂର୍ବରୁ ସଜାଗ ହୋଇ ରହିଥିବା ପତ୍ନୀ ତାର ସ୍ୱାମୀ ଓ ବିଧବା ପ୍ରେମିକକୁ କୁ ଜୋତା ରେ ପିଟିଥିଲା I ଉଭୟ ଏବେ ଥାନାରେ ଅଛନ୍ତି l ଏଥର ସାବିତ୍ରୀ ବ୍ରତ କିଏ ପାଳନ କରିବେ ,କାହା ବାପା ଘରୁ ଭରା ଆସିବ ତାହା ଏବେ ଆଲୋଚନା ବିଷୟ ପାଲଟିଛି I

Comments (0)
Add Comment