ସିବିଏସଇ ଦଶମ ପରୀକ୍ଷା ଫଳ: ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ରେ ଅମରେଶ ତ୍ରିପାଠୀ

ଢେଙ୍କାନାଳ : ଆଜି ଅପରାହ୍ନରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ ) ତରଫରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି। ଏଥ‌ିରେ ଢେଙ୍କାନାଳ ଜିଲ୍ଲାର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଚଳିତ ବର୍ଷ ଦଶମ ଶ୍ରେଣୀରେ ୨୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ବିଦ୍ୟାଳୟର ୧୭ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଉର୍ଦ୍ଧ ଅଙ୍କ ରଖୁଥ‌ିବା ସ୍ଥଳେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ୫୪ ଜଣ, ୮୦ ପ୍ରତିଶତରୁ ଉର୍ଦ୍ଧ ୧୧୪ ଜଣ ଏବଂ ୧୯୩ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଉର୍ଦ୍ଧ ଅଙ୍କ ରଖୁଛନ୍ତି ଓ ଗଣିତ ବିଷୟରେ ୪ ଜଣ, ଓଡିଆ ବିଷୟରେ ୬ ଜଣ, ସୂଚନା ଓ ପ୍ରଯୁକ୍ତି ବିଜ୍ଞାନରେ ୨ ଜଣ, ସାମାଜିକ ବିଜ୍ଞାନ ଓ ବିଜ୍ଞାନ ବିଷୟରେ ଜଣେ ଲେଖାଏଁ ଛାତ୍ର/ଛାତ୍ରୀ ଶତ ପ୍ରତିଶତ ଅଙ୍କ ରଖୁଛନ୍ତି ।

ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅମରେଶ ତ୍ରିପାଠୀ ୯୮.୬ % ରଖ୍ ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଶୁଭମ ଶୁଭ୍ରଜିତ ଓ ସମ୍ବିତ କୁମାର ବେହେରା ସମାନ୍ତରାଳ ଭାବରେ ୨୫ ପ୍ରତିଶତ ଅଙ୍କ ରଖ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ତୃତୀୟ ସ୍ଥାନରେ ୯୭.୬ ପ୍ରତିଶତ ରଖ୍ କ୍ଷିତୀଶ କୁମାର ସାହୁ ବିଦ୍ୟାଳୟ ପାଇଁ ସୁନାମ ଆଣିପାରିଛନ୍ତି ।

ଦ୍ବାଦଶ ଶ୍ରେଣୀରେ ବିଜ୍ଞାନ ବିଭାଗରେ ୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ମଧ୍ୟ ଶତ ପ୍ରତିଶତ ଉତ୍ତୀର୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଆଦ୍ୟାଶା ପ୍ରିୟଦର୍ଶିନୀ ମଲ୍ଲିକ ଦ୍ବାଦଶ ଶ୍ରେଣୀରେ ୮୯.୬ ପ୍ରତିଶତ ଅଙ୍କ ରଖୁଛନ୍ତି । ତତସହିତ ପ୍ରିୟାଂଶି ଶତପଥୀ ୮୬.୪ ପ୍ରତିଶତ ରଖ୍ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ୮୫.୬ ପ୍ରତିଶତ ରଖ୍ ପ୍ରିୟାଂଶି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ଏହି ସଫଳତାରେ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟକ୍ଷ, ଅଭିଭାବକ ଓ ଶିକ୍ଷକ ସଂଘ(ଚଞଇ) ଓ ପରିଚାଳନା ପରିଷଦର(ଝଗଉ) ସଭ୍ୟମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି I

ତତ୍ ସଙ୍ଗେ ସଙ୍ଗେ ଅଭିଭାବକ ଓ ଶିକ୍ଷକ ସଂଘ ଓ ପରିଚାଳନା ପରିଷଦର ସଭ୍ୟ ଓ ସଭ୍ୟା ମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଓ ପିତାମାତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରିଛନ୍ତି ।

Comments (0)
Add Comment