ବୁଦ୍ଧ ଓ ବୌଦ୍ଧ ଧର୍ମ ଆଜିର ବିକ୍ଷୁବ୍ଧ ଜଗତର ମଙ୍ଗଳ ପାଇଁ ଏକମାତ୍ର ସଫଳ ମାର୍ଗ

ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପୂଜ୍ୟପ୍ରଣାମ କାର୍ଯ୍ୟକ୍ରମ

ଢେଙ୍କାନାଳ(ଦୀପକ ମିଶ୍ର) : ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଅମଲା ପଡା ସ୍ଥିତ ବୈଜ୍ଞାନିକ ଡ.ଦାଶରଥି ମିଶ୍ର ପାର୍କ ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ପକ୍ଷରୁ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଐତିହ୍ୟ ପଦଯାତ୍ରୀ ମାନେ ପାର୍କ ମଧ୍ୟରେ ଥିବା ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାର୍ଘ୍ୟ ଓ ଦୀପଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସଂସ୍କୃତି ଗବେଷକ ତପନ କୁମାର ଶତପଥୀ ବୌଦ୍ଧ ଧର୍ମର ବିଶ୍ଵ ବ୍ୟାପିନତା ଓ ସାମାଜିକ ଅଙ୍ଗିକାରବଦ୍ଧତା ସଂପର୍କରେ ସୂଚନା ଦେଇ ବୁଦ୍ଧ ଓ ବୌଦ୍ଧ ଧର୍ମ ଆଜିର ବିକ୍ଷୁବ୍ଧ ଜଗତର ମଙ୍ଗଳ ପାଇଁ ଏକମାତ୍ର ସଫଳ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ ।

ମଠକରଗୋଳା ମହାବିଦ୍ୟାଳୟର ଇତିହିସ ବିଭାଗର ମୁଖ୍ୟ ଡ.ମଳୟ ରଞ୍ଜନ ପତି ବୌଦ୍ଧ ଧର୍ମ ଭାରତ ମାଟିରୁ ଜନ୍ମ ନେଇ ସମଗ୍ର ଏସିଆ ମହାଦେଶକୁ ଏକଦା ଆପଣାର ଔଜଲ୍ୟରେ ଦୀପ୍ତିମନ୍ତ କରି ପାରିଥିଲା । ପାରମ୍ପରିକ ଆଧ୍ୟାତ୍ମିକ ଋଢିବାଦ ବିରୁଦ୍ଧରେ ବୌଦ୍ଧ ଧର୍ମ ଏକ ଯୁଗାନ୍ତକାରୀ ବିପ୍ଳବ ଥିଲା ଓ ଆମ ଦେଶକୁ ବିଶ୍ଵ ଦରବାରରେ ବୁଦ୍ଧହିଁ ଏକ ସ୍ଵତନ୍ତ୍ର ପରିଚୟ ଆଣି ଦେଇଥିଲେ ବୋଲି କହିଥିଲେ ।

ଏହି ଅବସରରେ ଆବାହକ ଶ୍ରୀ ମିଶ୍ର ଆଜି ସନ୍ଥକବି ଭୀମ ଭୋଇଙ୍କ ଜନ୍ମତିଥି ଥିବାରୁ ବୁଦ୍ଧ ଓ ଭୀମ ଭୋଇଙ୍କ ଜୀବନ ଦର୍ଶନ ଉପରେ ତୂଳନାତ୍ମକ ବ୍ୟାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ପତି,ବଦ୍ରିନାଥ ଜେନା,ନାରାୟଣ ପଟ୍ଟନାୟକ, ସାରନାଥ ମିଶ୍ର,ନାରାୟଣ ପୋଦାର,ଆଦିତ୍ୟ ପ୍ରସାଦ ମିଶ୍ର,ନରହରି ମହାନ୍ତ,ବିକାଶ ପ୍ରଧାନ, ସୁଜିତ କୁମାର ଦେବତା, ମମତା ମଲ୍ଲ ପ୍ରମୁଖ ଐତିହ୍ୟ ପଦଯାତ୍ରୀ ମାନେ ଯୋଗ ଦେଇଥିଲେ ।

Comments (0)
Add Comment