କାମାକ୍ଷାନଗର ରେ ସମ୍ବିଧାନ ଦିବସ ପାଳିତ

ଢ଼େଙ୍କାନାଳ ୨୬/୧୧- ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡଜାତ ଭବନରେ ଆଜି ଭାରତୀୟ ସମ୍ବିଧାନ ଦିବସ, ଡ଼ଃ ବି ଆର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ କାମାକ୍ଷାନଗର ଓ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଓଡିଶା ତରଫରୁ  ପାଳିତ ହୋଇଯାଇଛି।

ସଙ୍ଘ ତରଫରୁ ସମ୍ବିଧାନ ସଚେତନତା ପାଇଁ ସମ୍ବିଧାନ ଓ ବାବା ସାହେବ ଡ଼ଃ ଆମ୍ବେଦକର ଙ୍କ ଫଟୋ ଚିତ୍ର ସମ୍ବଳିତ ଏକ ରଥ କୁ ସୁସଜ୍ଜିତ କରି ଶତାଧିକ ଲୋକଙ୍କୁ ନେଇ ଏକ ସୋଭାଯାତ୍ରା ରେ କାମାକ୍ଷାନଗର ବଜାର ପରିକ୍ରମା ପୂର୍ବକ ଜୟ ଭୀମ ଓ ସମ୍ବିଧାନ ସୁରକ୍ଷା ନାରା ଦେଇ ଥିଲେ।

ପରେ ସଙ୍ଘ ତରଫରୁ ଗଡଜାତ ଭବନରେ ସଙ୍ଘ ସଭାପତି ଶ୍ରୀ ଭିକାରି ଚରଣ ନାୟକଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ କାର୍ଯ୍ୟକାରୀ ଅଧକ୍ଷ ମନୋରଞ୍ଜନ ଜେନାଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଫୋରମର ସଭାପତି ଶ୍ରୀ ବିଦ୍ୟାଧର ଦେହୁରୀ ଯୋଗ ଦେଇଥିଲେ।ଵୈଷମତା ହଟେଇ ସହିତ ସମତା ସମାନତା ସ୍ୱତନ୍ତ୍ରତା ନ୍ୟାୟ ବଜାୟ ରଖିବା ଉଦେଶ୍ୟ ବାବା ସାହେବ ଡ଼ଃ ଆମ୍ବେଦକର ସମ୍ବିଧାନ ଲେଖିଥିଲେ।ଯେଉଁଥିରେ ହଜାର ହଜାର ବର୍ଷର ରାଜତନ୍ତ୍ର ଏକଛତ୍ରବାଦ ବିଦେଶୀ ଶାସନ ସହ ପାଖଣ୍ଡ ବାଦ ଧର୍ମାନ୍ଧତା ଜାତିବାଦ ମାନସିକତା ହଟାଇ ଅନୈତିକ ତା ସ୍ୱତନ୍ତ୍ରତା ଓ ସାମାଜିକ ନ୍ୟାୟ ଓ ଆତ୍ମା ସମ୍ମାନଦେଇଥିଲେ।ଯାହାକି ଶହେ ଚାଳିଶି କୋଟି ଜନତା ଙ୍କୁ ସୁରକ୍ଷା ଦେଇଛି ବୋଲି ଶ୍ରୀ ଦେହୁରୀ ନିଜ ବକ୍ତବ୍ୟରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ବେହେରା ,ଏ ପି ଆଇ ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ବେହେରା ,ଫୋରମ ର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଗୌତମ ଗୋପାଳ, ସଂଖ୍ୟାଲଘୁ ସେଲ ସମ୍ପାଦକ ଇକବଲ ହୁସେନ, ସାମ୍ବାଦିକ ଉମାକାନ୍ତ ସେଠୀ, ଦାଣ୍ଡିମାଲ ସେବକ ସଙ୍ଘ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ,ଉପ ସଭାପତି ଶ୍ରୀ ବାସୁଦେବ ନାୟକ ,ପଞ୍ଚାନନ ନାୟକ ,ସଙ୍ଘର ସାଧାରଣ ସମ୍ପାଦକ ଚନ୍ଦ୍ରମଣି ମଲିକ ,ସହ ସମ୍ପାଦକ ପ୍ରସନ୍ନ କୁମାର ନାୟକ ,ବାସନ୍ତୀ ନାୟକ,ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷା ଓ ସମ୍ବିଧାନ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ବୁଦ୍ଧ ତ୍ରିସରଣ ପ୍ରାର୍ଥନା ପରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ସମସ୍ତ ଙ୍କୁ ସମ୍ବିଧାନ ପୁସ୍ତକ ବଣ୍ଟନ କରା ଯିବା ପରେ ଶେଷରେ ଲମ୍ବୋଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।।

Comments (0)
Add Comment