ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର

ଢେଙ୍କାନାଳ :ପରଜଙ୍ଗ ସ୍ଥିତ ପାଣି ପଞ୍ଚାୟତ ସଭା ଗୃହରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଏମଏଲଏ ଡାଃ ନୃସିଂହ ଚରଣ ସାହୁ ଯୋଗଦାନ କରିଥିଲେ । ତତସହିତ ଶ୍ରୀଯୁକ୍ତ ନିରାକାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ, ପରଜଙ୍ଗ , ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଶ୍ରୀମତୀ ମୋନାଲିସା ନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଶ୍ରୀ ସଂଗ୍ରାମ ଦଳାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଢେଙ୍କାନାଳ, ଉକ୍ତ ଶିବିରରେ ସ୍ଵାଗତ ଭାଷଣ କରିଥିଲେ । ଶ୍ରୀମତୀ ମୋନାଲିସା ନାୟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୀ ହଳଧର ବରାଳ ସହକାରୀ ଶ୍ରମ ଅଧିକାରୀ, ଢେଙ୍କାନାଳ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୨୧୮ ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ରାଶି ୧,୦୮,୦୦,୦୦୦ (ଏକ କୋଟି ଆଠ ଲକ୍ଷ) ଟଙ୍କ।, ୭୦ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୧,୩୩,୦୦,୦୦୦ (ଏକ କୋଟି ତେତିଶ ଲକ୍ଷ) ଟଙ୍କ।, ୫୭ ଜଣ ହିତାଧିକାରୀ ଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୨,୮୫,୦୦୦ (ଦୁଇ କୋଟି ପଞ୍ଚାଅଶି ହଜାର) ଟଙ୍କ।, ମୋଟ ୩୪୬ ଜଣ ହିତାଧିକାରୀ ୨,୪୪,୨୫,୦୦୦ (ଦୁଇ କୋଟି ଚଉରାଳିଶି ଲକ୍ଷ ପଚିଶି ହଜାର) ଟଙ୍କା, ୧ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୪୦,୦୦୦ (ଚାଳିଶି ହଜାର) ଟଙ୍କ।, ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯିବ ଏବଂ ୨୧୦ ଜଣ ହିତାଧିକାରୀ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଏବଂ ୨୨ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି ।

Comments (0)
Add Comment