ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସହରସ୍ଥ ମୁ୍ୟନିସିପାଲିଟି ଅଡିଟରିୟମ ଠାରେ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗିନି ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ । ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥିଭାବେ ଢେଙ୍କାନାଳ ବିଜୁ ଜନତା ଦଳ ସଭାପତି, ପୁର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ, ହିନେ୍ଦାଳ ବିଧାୟିକା ସୀମାରାଣି ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଢେଙ୍କାନାଳ ଓ ହିନେ୍ଦାଳର ପର୍ଯ୍ୟବେକ୍ଷକ ସୁଶାନ୍ତ କୁମାର ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ବନ ଉନ୍ନୟନ ନିଗମ ଉପଦେଷ୍ଟା ଦେବୀପ୍ରସାଦ ଭୁତିଆ, ରାଜ୍ୟ ମହିଳା ଜନତା ଦଳ ଉପ-ସଭାପତି ତଥା ରାଜ୍ୟ ଡିଜିଟାଲ ସମ୍ପାଦିକା ମାନସୀ ସୁନ୍ଦର ରାୟ, ସଞୟ କୁମାର ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ ମହିଳା ଜନତା ଦଳ ମହା ସଚିବ କସ୍ତୁରୀ ମହାପାତ୍ର, ରାଜ୍ୟ ମହିଳା ଜନାତା ଦଳ ଉପ-ସଭାପତି ସାଇଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ ।

ଦେଶ ତଥା ରାଜ୍ୟରେ ମହିଳା ମାନଙ୍କର ଭୁମିକା ବେଶ ଗୁରୁତ୍ୱ ପୂର୍ଣ୍ଣ । ଅମାର ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ ବେଳେ ମହିଳା ମାନଙ୍କ ର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମହିଳା ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ  ମିଶନ ଶକ୍ତି ମାଧ୍ୟମରେ ମହିଲା ସଶକ୍ତିକରଣ କାର୍ଯ୍ୟ ରାଜ୍ୟରେ ଆଗେଇ ଚାଲିଛି, ମିଲେଟ୍ କେଫ ମାଧ୍ୟମରେ ମହିଳା ମାନେ ନିଜକୁ ସ୍ୱାବଲମ୍ବି କରିଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଜି ମହିଳା ମାନଙ୍କ ଉନ୍ନତିରେ ସହାୟକ ହୋଇପାରିଛି ବୋଲି ମୁଖ୍ୟ ଅତିଥି ଶ୍ରୀମତି ସ୍ନେହାଙ୍ଗିନି ଛୁରିଆ ମତବ୍ୟକ୍ତ କରିଥିଲେ । ଏଥି ସହିତ ମହିଳାମାନେ ସରକାରଙ୍କର ବାର୍ତ୍ତାକୁ ତୃଣମୁଳ ସ୍ତରରେ ପହଞ୍ଚାବା ପାଇଁ ପଞ୍ଚାୟତ ଗୁଡିକର ପ୍ରତି ୱାଡରେ ଏକ ୨୦ ଜଣିଆ କମିଟ ଗଠନ କରି ସେମାନଙ୍କ ମଧ୍ୟରୁ ଜଣେ ସଭାପତି ଚୟନ କରି ପ୍ରତି ଘରକୁ ଘର ବୁଲି ଲୋକମାନଙ୍କୁ ବିଜୁ ଜନତା ଦଳ ସହ ଯୋଡବାକୁ ପରାମର୍ଶ ଦେଇଥିଲେ ।

ସେହିପରି ରାଜ୍ୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ , ମହିଳା ମାନଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଚେଷ୍ଟା ଓ ଯୋଜନା ଗୁଡିକ ଉପରେ ଅଲୋଚନାକରି କରିଥିଲେ. । ଜିଲ୍ଲା ସଭାପତି ତଥା ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ କହିଲେ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାର କାରାଯାଇଥିବା ବିଭିନ୍ନ ଯୋଜନା ଆଜି ସେମାନଙ୍କୁ ଆଗକୁ ଆଣିବାରେ ସହାୟକ ହୋଇଛି । ମହିଳା ବିକାଶ ହେଲେ ରାଜ୍ୟର ବିକାଶ ହେବ ।

ମା’ ମାନଙ୍କର ଶକ୍ତି ଯୋଗୁ ବିଜୁ ଜନତା ଦଳ ଆଜି ରାଜ୍ୟରେ ପ୍ରତଷ୍ଠା ଲାଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବେ ଏହି ଆଶ ସଂଚାର କରିଛି । ଏଣୁ ମହିଳା ମାନେ ଆଗକୁ ଆସିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକାରୀଣି ବୈଠକରେ ଜିଲ୍ଲା ମହିଳା ନେତୃ ମଣ୍ଡଳିି ସମେତ ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ଜଲ୍ଲା ବିଜେଡି ଉପ-ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ଯୁବ ବୁିଜେଡି ସଭାପତି ଧର୍ମାନନ୍ଦ ପରିଡା, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶଶିକାନ୍ତ ମିଶ୍ର, ଛାତ୍ର ବିଜେଡି ସଭାପତି ସୁରକ ମହାପାତ୍ର, ଜିଲ୍ଲା କୃଷକ ଜନତା ଦଳ ସଭାପତି ନରୋତ୍ତମ ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ, ସଞୟ କୁମାର ଭଞ, ଯୁବ ନେତା ଶ୍ରୀକାନ୍ତ ଧଳ, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ଦାସ, ଜିଲ୍ଲା ଡିଜିଟାଲ ମେଡିଆ ସମ୍ପାଦକ ଗଙ୍ଗାଧର ରାଉତ, , ସଞୟ ମଲ୍ଲିକ, ରଞନ ନାୟକ, ବିଜେଡି ସମ୍ପାଦିକା ତିଲୋତ୍ତମା ଚୌଧୁରୀ, ମହିଳା ଉପ-ସଭାପତି ଉର୍ବଶୀ ମହାପାତ୍ର, ଶୁଭଦର୍ଶିନୀ ପରିଡା, ଶ୍ରଦ୍ଧାଞଳୀ ସାହୁ, ପ୍ରଣତି ପଣ୍ଡା, ଅପର୍ଣ୍ଣା ରଥ, ମିନତୀ ପଣ୍ଡା, ମାନସୀ ବେଜ୍, ମାମିନା ଦିକ୍ଷିତ୍, ପ୍ରମୁଖଙ୍କ ସମେତ ଜିଲ୍ଲା ସମସ୍ତ ବ୍ଲକର ଅଧ୍ୟକ୍ଷା , ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା , ସମିତି ସଭ୍ୟ/ସଭ୍ୟା, ଓ ବିଜୁ ମହିଳା ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

ଶେଷରେ ଢେଙ୍କାନାଳ ନଗର ମହିଳା ସଭାପତି ଶୁଭଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment