ପର୍ବତରାଣୀ ବିଭାରାଣୀ ଙ୍କୁ ଇନର ହୁଇଲ କ୍ଲବ ଅଫ ଢେଙ୍କାନାଳ ତରଫରୁ ସହାୟତା

ଢେଙ୍କାନାଳ: ସ୍ଥାନୀୟ ଅର୍ କେ ରେଜେନ୍ସୀ ର ସଭା ଗୃହ ରେ ସେପ୍େଟମ୍ବର ମାସ ୧୨ ତାରିଖ ଦିନ ଇନର୍ ହୁଇଲ୍ କ୍ଲବ୍ ଅଫ ଢେଙ୍କାନାଳ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।ପ୍ରକାଶ ଥାଉ କି ଆସନ୍ତା ସେପ୍େଟମ୍ବର ମାସ ୧୪ ତାରିଖ ଦିନ ବିଭାରାଣୀ ପାତ୍ର ଆଫ୍ରିକା ର କିଲିମଞ୍ଜର ପର୍ବତ ଯାହାର ଉଚ୍ଚତା ୧୯୩୪୧ ଫୁଟ, ଆରୋହଣ କରିବାପାଇଁ ଯାଉଛନ୍ତି ।

ସେଥିପାଇଁ କ୍ଲବ ତରଫରୁ ପୁଷ୍ପଗୁଚ୍ଛ, ଟି-ସାର୍ଟ, ଚକୋଲେଟ୍ ଏବଂ ସହାୟତା ରାଶି ପ୍ରଦାନ କରିବା ସହ ଜାତୀୟ ସଙ୍ଗୀତ ଗାନ କରି ବିଭାରାଣୀ ଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସଫଳତା ପାଇଁ ପ୍ରାର୍ଥନା କରିଥିଲେ । କ୍ଲବ ର ଉପସଭାପତି ଗାୟତ୍ରୀ ହିନେ୍ଦାଚା,ସମ୍ପାଦିକା ଶ୍ରଦ୍ଧା ଅଗ୍ରୱାଲ,ବରିଷ୍ଠ ସଦସ୍ୟା ଅନସୁୟା ଭୂତିଆ, ସଦସ୍ୟା ଆଇ ରୂପାରାଣୀ, ମଧୁଛନ୍ଦା ସାହୁ , ଉଷା ଅଗ୍ରୱାଲ,ରୋଜାଲିନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment