ବିଜେପି ପରିବର୍ଦ୍ଧିତ କୋର୍ କମିଟି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ

ଢେଙ୍କାନାଳ : ଗତ ୩ ତାରିଖ ରବିବାର ଦିନ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା ପରିପର୍ଦ୍ଧିତ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେଇ ମହା ଜନସଂପର୍କ ଅଭିଯାନର ସମୀକ୍ଷା କରିବା ସହ ଉଭୟ ଜିଲ୍ଲାର ଅଧୁନା ଦଳର ସ୍ଥିତି ବାବଦରେ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ।

ତତ୍ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପଂଚାୟତସ୍ତରୀୟ ଆନେ୍ଦାଳନକୁ ଆହୁରି ତୀବ୍ର କରିବା, “ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମକୁ ସଫଳ କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବ୍ୟାପକ ସଚେତନ ସୃଷ୍ଟି କରିବା ଓ ବୁଥ୍ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ପାଇଁ ଉପସ୍ଥିତ ନେତୃବନ୍ଦଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୋର୍ କମିଟି ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଲୋକସଭା ପ୍ରଭାରୀ ସୀମାଂଚଳ ଖଟେଇ, ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ ପ୍ରବକ୍ତା ଧୀରେନ୍ ସେନାପତି, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, କାଳନ୍ଦୀ ସାମଲ, ଅଶୋକ ମହାନ୍ତି, ଶତୃଘନ ଜେନା, ଦିଲ୍ଲୀପ ପ୍ରଧାନ, ନିରୋଜ ନଳିନୀ ମହାଳିକ, ପ୍ରତିମା ମିଶ୍ର, ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ, ଭକ୍ତବତ୍ସଳ ବସ୍ତିଆ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡଆ ପ୍ରଭାରୀ ନବ କିଶୋର ଗୁରୁ, ପର୍ଶୁରାମ ବାରିକ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ରାସବିହାରୀ ବେହେରା, ଲିଙ୍ଗରାଜ ବେହେରା, ସସ୍ମିତା ସାମଲ, ଅନିତା ଦାସ, ପ୍ରଣତି ସାହୁ, ବିଜୟ ମାଝୀ, ରତ୍ନାକର ସାହୁ, ଯଜାତି ପଟ୍ଟନାୟକ, ସତ୍ୟ ରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ପ୍ରଶାନ୍ତ ପ୍ରଧାନ, ସହଦେବ ପୃଷ୍ଟି, ସନ୍ତୋଷ ପୃଷ୍ଟି, ଜଗବନ୍ଧୁ ପୃଷ୍ଟି, ଉମେଶ ନନ୍ଦଙ୍କ ସମେତ ସମସ୍ତ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment