ପି.ଇ.ଓ ମାନଙ୍କ ଆନେ୍ଦାଳନ ୧୫ ଦିନରେ

ଢେଙ୍କାନାଳ : ଦୁଇ ଦଫା ଦାବୀ ନେଇ ନିଖିଳ ଉକ୍ରଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ କାର୍ଯ୍ୟରତ ପିଇଓ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଗଣଧାରଣା ଯୋଗୁଁ ୧୫ ଦିନ ହେଲା ଆନେ୍ଦାଳ ଜାରି ରଖିଛନ୍ତି ।

ଫଳରେ ଗ୍ରାମପଂଚାୟତର ଗରିବ ନିରୀହ ଜନସାଧାରଣ ସମସ୍ତ ସରକାରୀ ସେବାରୁ ବଂଚିତ ହେଉଛନ୍ତି । ଯଥା- ବାର୍ଦ୍ଧକ୍ୟ ଭତା, ବିଧବା ଭତା, ବିକଳାଙ୍ଗ ଭତା, ହରିଶ୍ଚନ୍ଦ୍ର ସହାୟତା ଯୋଜନା, ମୋ-ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପଂଚମ ରାଜ୍ୟ ଅର୍ଥ କମିଶନ ଅନୁଦାନ, ପଂଚଦଶ କେନ୍ଦ୍ର ଅର୍ଥ କମିଶନ ଅନୁଦାନ, ପାନୀୟ ଜଳ ଯୋଗାଣ, ପରିବାର ମଙ୍ଗଳ ଯୋଜନା, ଖାଉଟି କଲ୍ୟାଣ ଯୋଜନା ଇତ୍ୟାଦି ଗ୍ରାମପଂଚାୟତ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ଏହାଫଳରେ ଗ୍ରାମପଂଚାୟତ ଗ୍ରାମପଂଚାୟତର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଅଛି । ଉକ୍ତ ଧାରଣାସ୍ଥଳରେ ଜିଲ୍ଲା ସଂଘର ସଭାପତି ସୁବ୍ରତ କୁମାର ମଲ୍ଲିକ, ସଂପାଦକ ଅଜୟ କୁମାର ନାୟକ, ଉପସଭାପତି ବିଜୟ କୁମାର ମିଶ୍ର, ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ସାହୁ ଓ ରତ୍ନାକର ଲେଙ୍କା, ସମସ୍ତ ବ୍ଲକ୍ର ସଭାପତି ଓ ସଂପାଦକମାନେ ଉପସ୍ଥିତ ରହି ସଂଘର ୨ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ତିବ୍ରରୁ ତିବ୍ରତର ହେବା ପାଇଁ ମତ ପ୍ରକାଶ କରିଥିଲେ ।

Comments (0)
Add Comment