ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ରେ ବୃକ୍ଷରୋପଣ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ କାଇମାଟି ହାଇସ୍କୁଲ ଠାରେ ମିତାଞ୍ଜଳି ସେବାସଂଘ ସହଯୋଗରେ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇ ଯାଇଅଛି।

ମୁଖ୍ୟ ଅତିଥି ରୂପେ ପୋଲିସ୍ ବାଟାଲିୟାନ ଦୁର୍ଗପତି ସୁନିଲ କୁମାର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଉପଖଣ୍ଡ ପୋଲିସ୍ ଅଧିକାରୀ ବିଭୁ ପ୍ରସାଦ ମହାପାତ୍ର, ଜିଲ୍ଲା ଓକିଲସଂଘ ତଥା ମିଳିତ ବଜାର ପୂଜା କମିଟି ସଭାପତି ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର , ଉପଦେଷ୍ଟା ଅବସରପ୍ରାପ୍ତ ସିବିଆଇ ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ , ଉପଦେଷ୍ଟା ପଙ୍କଜ କୁମାର ନାୟକ , ଉପ ସଭାପତି ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ,କାଇମାଟି ପଞ୍ଚାୟତ ସରପଞ୍ଚ ଅମିତ୍ କୁମାର ସ୍ବାଇଁ , ବେଲ୍ଟିକିରି ସରପଞ୍ଚ ବଳଭଦ୍ର ସାମଲ , ନଗିଆପଶି ସମିତି ସଭ୍ୟ ସୁବାସ ଚନ୍ଦ୍ର ପୃଷ୍ଟି , ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା , ଜନସଂଖ୍ୟା ଫାଉଣ୍ଡେସନ ସଭାପତି କଲ୍ୟାଣ କୁମାର କାନୁନଗୋ , ଫୋରମ୍ ର ଶିକ୍ଷା ବିଭାଗ ର ପ୍ରମୁଖ ରୁଦ୍ରମାଧବ ହୋତା , ଡିସିସି ଇଂଲିଶ କ୍ଲବ ସଭାପତି ଶୁଭ୍ରାଂଶୁ ଭଞ୍ଜ , ମହିଳା ଶାଖା ସଭାନେତ୍ରୀ ପ୍ରଭାତୀ ମହାପାତ୍ର , ଆଇନଜୀବି ଅମ୍ବିକା ପ୍ରସାଦ ମିଶ୍ର , ସହ ସମ୍ପାଦକ ଅମରେନ୍ଦ୍ର ସାହୁ , ସଭ୍ୟ ଜିତେନ୍ଦ୍ର ବେହେରା ଆଦି ଅନେକ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

ସହ ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ରଙ୍କ ସହଯୋଗ ରେ ସମ୍ପାଦକ ଭାରତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment