ମହିମା ଧର୍ମ ଧାମ ବିକାଶ ପରିଷଦ ବୈଠକ

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଶିବମନ୍ଦିର ଠାରେ ଆଜି ମହିମା ଧର୍ମଧାମ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିଷଦର ବରିଷ୍ଠ ସଭ୍ୟ କାଶୀନାଥ ସାମଲ ସଭାପତିତ୍ୱ କରିଥିଲେ। ବୈଠକରେ ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସଭ୍ୟମାନେ ଉପସ୍ଥିତ ଥିଲେ।

ଗଁଦିଆ ର ସମାଜ ସେବୀ ଡମ୍ବରୁଧର ସେଠୀ ପ୍ରାରମ୍ଭିକ ବକ୍ତବ୍ୟ ଦେଇ ମହିମା ଧର୍ମଧାମର ସୁରକ୍ଷା ଓ ବିକାଶ ପାଇଁ ଗଠିତ ଏହି ଅନୁଷ୍ଠାନକୁ ମହିମାଗାଦିପୀଠର ବିକାଶରେ ସହାୟକ ହେବ ବୋଲି କହିଥିଲେ। ଏହି ଅନୁଷ୍ଠାନ ମହିମାଧାମର ବିକାଶ ପାଇଁ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବ ବୋଲି କହିଥିଲେ। ପୀତବାସ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

 

ସରକାରଙ୍କ ପକ୍ଷରୁ ମହିମାଗାଦିର ବିକାଶ ପାଇଁ ସହାୟତା ଘୋଷଣା କରାଯାଇଥିବାରୁ ସଭ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥା ଶିଘ୍ର କାର୍ଯ୍ୟ ଆରମ୍ଭ ହେବା ପାଇଁ ଆଶାବ୍ୟକ୍ତ କରିଥିଲେ। ଏହି ଅନୁଷ୍ଠାର ମୂଳଲକ୍ଷ୍ୟ ମହିମା ଧର୍ମଧାମ ଓ ଆଞ୍ଚଳିକ ବିକାଶ ବୋଲି ଆଲୋଚନା ହୋଇଥିଲା। ମହିମା ଧର୍ମଧାମ ବିକାଶ ପରିଷଦକୁ ପଞ୍ଜିକରଣ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା।

ଅନୁଷ୍ଠାର ଆଇନ୍ ପରାମର୍ଶ ଦାତା ଆଡଭୋକେଟ୍ ବିଜୟ କୁମାର ବେହେରା ଅନୁଷ୍ଠାନ ପଞ୍ଜିକୃତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତରୁ ସଭ୍ୟମାନଙ୍କୁ ନେଇ ଏକ ସାଧାରଣ ପରିଷଦ ଗଠନ କରା ଯାଇଥିଲା ।

ଆଜିର ବୈଠକରେ ବରିଷ୍ଠ ସଭ୍ୟ ଶରତ ରାଉତ, ବେଣୁଧର ପାତ୍ର, ଲମ୍ବୋଦର ପରିଡା, ନେତ୍ରାନନ୍ଦ ରାଉତ, ସାରଙ୍ଗଧର ପ୍ରଧାନ,ଯଦୁନନ୍ଦନ ଦାସ, ଭୀମସେନ ନାୟକ, ସାରଙ୍ଗଧର ରାଉତ,ବସନ୍ତ ପାତ୍ର, ବିପିନ ନାୟକ, ପ୍ରହଲ୍ଲାଦ ସାହୁ, ଗୋକୁଳାନନ୍ଦ ସାହୁ, ସୁଧାଂଶୁ ଶେଖର ରାଉତ, ଶ୍ୟାମସୁନ୍ଦର ସ୍ୱାଇଁ, ରାଉତ, ଅଶୋକ ସାହୁ,ଶରତ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

Comments (0)
Add Comment