ଭୀମ୍ ଆର୍ମୀ ଢେଙ୍କାନାଳ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଠାରେ ଭୀମ୍ ଆର୍ମୀ ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପି.ଆର୍.ଓ. କମଳ ଲୋଚନା ପାତ୍ର ଏବଂ ଆଡଭୋକେଟ୍ ପ୍ରଦୁ୍ୟମ୍ନ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି ଆଶୁତୋଷ ନାୟକଙ୍କ ସହିତ ଢେଙ୍କାନାଳ ଜିଲ୍ଲା ଉପସଭାପତି ଅନିଲ୍ କୁମାର ନାୟକ, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସଭାପତି ଅଭିମନୁ୍ୟ ନାୟକ, ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଦେବାଶିଷ ନାୟକ, ହିନେ୍ଦାଳ ନିର୍ବାଚନ ମଣ୍ଡଳୀର ଆକାଶ ନାୟକ, ଭୁବନ ବ୍ଲକ୍ ସଭାପତି ପପୁ ମଲ୍ଲିକ, କଙ୍କଡାହାଡ ବ୍ଲକ୍ ସଭାପତି ନାରଦ ପାତ୍ର, ଗଁଦିଆ ବ୍ଲକ୍ ସଭାପତି ମନୋଜ ନାୟକ ଏବଂ ଅନ୍ୟମାନଙ୍କ ମଧ୍ୟରେ ସନାତନ ନାୟକ, ଅନିଲ୍ ନାୟକ, ସିପୁନ୍ ନାୟକ, ବ୍ରଜକିଶୋର ନାୟକ, ରଞ୍ଜନ ନାୟକ, ବିନୋଦ ନାୟକ ଓ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଏକ ଆକ୍ରୋସିଟି ଜୋନ୍ ହୋଇଥିବାରୁ ବହୁଜନ ସମାଜ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୋଧରେ କିପରି ଲଢେଇ ହେବ ସେ ନେଇ ଆଲୋଚନା ହୋଇଥିଲା ।

Comments (0)
Add Comment