ଦଶମ ମହିମା ଜ୍ୟୋତିଯାତ୍ରା ଉଦ୍ଘାଟିତ

ଜ୍ୟୋତିଯାତ୍ରା ଧର୍ମ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିଛି

ଢେଙ୍କାନାଳ : ଦଶମ ବାର୍ଷିକ ମହିମା ବ୍ରହ୍ମଜ୍ୟୋତି ଯାତ୍ରା ପରିକ୍ରମା ମହୋତ୍ସବ ରବିବାର ମହିମାଗାଦିରୁ ଆରମ୍ଭ ହୋଇଛି । ଏହି ଅବସରରେ ପବିତ୍ର ବ୍ରହ୍ମଜ୍ୟୋତିଙ୍କ ଏକ ସୁସଜିତ ଗାଡିରେ ମହାନିତ୍ୟ ସାଧୁଭକ୍ତ ମଣ୍ଡଳୀ ଏବଂ ମହିମା ସନ୍ନାସୀମାନେ ପ୍ରଥମେ କାଇମାଟି ପର୍ଯ୍ୟନ୍ତ ଆସିଥିଲେ । କାଇମାଟି ଠାରେ ବ୍ରହ୍ମଜ୍ୟୋତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ ଜ୍ୟୋତିଯାତ୍ରା କୁକୁଡାଝର ଗ୍ରାମ ସଡକ ଦେଇ କଳାପାଣି ଛକରେ ବାହାରି ଥିଲା । ସେଠାରେ ଉପସ୍ଥିତ ସାଧୁଭକ୍ତମାନେ ବ୍ରହ୍ମଜ୍ୟୋତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜ୍ୟୋତିଯାତ୍ରା ତରଭା ଗ୍ରାମରେ ଶୁଣ୍ଢିଢିପି ଠାରେ ପହଁଚିବା ପରେ ସ୍ଥାନୀୟ ଅଚଂଳର ଭକ୍ତ ଓ ଗ୍ରାମବାସୀମାନେ ମହିମାସ୍ୱାମୀ ପଦାର୍ପଣ କରିଥିବା କୋଚିଲା ବୃକ୍ଷମୂଳରେ ଥିବା ପୀଠରେ ଜ୍ୟୋତିକୁ ସଂସ୍ଥାପନ କରାଯାଇଥିଲା । ଏହି ସମୟରେ ସମଗ୍ର ଅଂଚଳ ଗୁରୁବ୍ରହ୍ମା ମହିମା ଅଲେଖ ଧ୍ୱନୀ ସହ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଯେପରି ପୁରୀ ରଥଯାତ୍ରାରେ ପ୍ରଭୁ ଜନସାଧାରଣଙ୍କ ନିକଟକୁ ଆସିଥାନ୍ତି, ସେହିପରି ମହିମା ଧର୍ମର ଜ୍ୟୋତିଯାତ୍ରା ଗ୍ରାମ ପରିକ୍ରମା କରି ଧର୍ମ ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ । ମହିମା ଧର୍ମରେ ଦୁଇ ସାଧୁ ମଧ୍ୟରେ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ମାନ୍ୟବର ଅଦାଲତଙ୍କ ନିଦେ୍ର୍ଦଶକୁ ସଠିକ୍ ତର୍ଜମା କରାନଯାଇ ଉପାସୀନ ପୀଠ ଭଙ୍ଗାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ପାଶ୍ୱର୍ରେ ଥିବା ମଠ ମନ୍ଦିର ଗୁଡିକର ଥଇଥାନ ପାଇଁ ଅର୍ଥ ବ୍ୟବସ୍ଥା କରାଯାଉଥିବାବେଳେ ମହିମା ଧର୍ମର ପବିତ୍ର ଉପାସୀନ ପୀଠଗୁଡିକୁ ଭାଙ୍ଗିବା ପୂର୍ବରୁ ପ୍ରଥମେ ନୂତନ ଭାବରେ ନିର୍ମାଣ କରାଯିବାର ଆବଶ୍ୟକତା ଥିଲା ବୋଲି କହିଥିଲେ । କୌପୀନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା ମହିମାଧର୍ମ ଏକ ଜୀବ ଧର୍ମ । ଜଗତ କଲ୍ୟାଣ ଉଦେ୍ଦଶ୍ୟରେ ମହିମାସ୍ୱାମୀ ଉକ୍ରଳ ମାଟିରେ ଧର୍ମକୁ ସଂସ୍ଥାପନ କରିଛନ୍ତି ବୋଲି କହିଛନ୍ତି । ମହିମା ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦୁ୍ୟମ୍ନ ରଥ ୧୮୬୨ ମସିହାରୁ ୧୮୭୪ ମସିହା ପର୍ଯ୍ୟନ୍ତ ମହିମାସ୍ୱାମୀ ଯେଉଁ ସବୁ ଅଂଚଳଗୁଡିକୁ ପରିକ୍ରମା କରିଥିଲେ, ତାକୁ ଲୋକଲୋଚନକୁ ଆଣିବା ପାଇଁ ମହିମା ଜ୍ୟୋତିଯାତ୍ରାର ଆୟୋଜନ କରାଯାଉଥିବା ପ୍ରକାଶ କରିଥିଲେ । ତରଭା ପଂଚାୟତର ସରପଂଚଙ୍କ ପ୍ରତିନିଧି ବିରଂଚି ନାରାୟଣ ବେହେରା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ମହାନିତ୍ୟ ସାଧୁଭକ୍ତ ମଣ୍ଡଳୀର ସଭ୍ୟ ଶିକ୍ଷାବିତ୍ ବିଭୁତି ଭୂଷଣ ବିଶ୍ୱାଳ ଯୋଗଦେଇ ମହିମା ଧର୍ମର ନୀତି, ଗରିବ ନିଷ୍ପେସିତ, ଅବହେଳିତ ଓ ଦଳିତ ବର୍ଗର ଲୋକମାନଙ୍କ ବେଶ୍ ସୁହାଇଥିଲା । କାରଣ ସେତେବେଳର ଯେଉଁ ପରିସ୍ଥିତି ଥିଲା ଜଟିଳ କର୍ମକାଣ୍ଡ ଓ ପୂଜା ପଦ୍ଧତିରେ ଆୟୋଜିତ କରିବାକୁ ଲୋକେ ଭୟ କରୁଥିଲେ । କିନ୍ତୁ ମହିମା ଧର୍ମ ଖୁବ୍ ଆଦୃତି ଲାଭ କରିଥିଲା । ଜ୍ୟୋତିଯାତ୍ରାର ଆବାହକ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶନିବାର ଅପରାହ୍ନରେ ମହିମା ଧର୍ମର ଆଦିପୀଠ ତପୋବନରୁ ବ୍ରହ୍ମଜ୍ୟୋତିଙ୍କୁ ଜାଗ୍ରତ କରାଯାଇ କାଦୁଆ, ହରେକୃଷ୍ଣପୁର ଗ୍ରମାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ ମହିମାଗାଦିରେ ରାତ୍ର ଯାପନ କରିଥିଲେ । ସେଠାରୁ ଜ୍ୟୋତି ବାହାରିବା ପରେ କାଇମାଟି ସରପଂଚ ଅମିତ୍ ଜ୍ୟୋତି ସ୍ୱାଇଁଙ୍କ ନେତୃତ୍ୱରେ ଜ୍ୟୋତି ଯାତ୍ରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ ତରଭାରେ ଧର୍ମସଭା କରାଯାଇ ସେଠାରୁ ସାଙ୍କୁଲେଇ ଗ୍ରାମକୁ ଜ୍ୟୋତିଯାତ୍ରା ପରିକ୍ରମା କରିଥିଲେ । ସେଠାରେ ସଂଗ୍ରମ କେଶରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ ଜ୍ୟୋତିଯାତ୍ରାକୁ ସମ୍ବର୍ଦ୍ଧନା କରାଯିବା ପରେ ଉକ୍ରଳ ଆଜବେଷ୍ଟସ୍ ଶିଳ୍ପ ସଂସ୍ଥାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଜ୍ୟୋତିଯାତ୍ରା ବ୍ରାହ୍ମଣୀ ନଦୀ ତଟସ୍ଥ ମାନପୁର ମହିମା ଆଶ୍ରମରେ ଜ୍ୟୋତି ପହଁଚିବା ପରେ ଗ୍ରାମବାସୀ ଓ ଭକ୍ତମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରେ ସଂଧ୍ୟାରେ ଭୀମଭୋଇ, ଜୟକୃଷ୍ଣଙ୍କ ରଚିତ ଭଜନ ଜଣାଣ ଆଦି ଗାନ କରାଯାଇଥିଲା ।

Comments (0)
Add Comment