ଜ୍ୟୋତିର୍ମୟୀ ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଗଁଦିଆ : ଗଁଦିଆ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ସମିଳନୀକକ୍ଷରେ ସହ ଗୋଷ୍ଠୀ ଶିକ୍ଷାଧିକାରିଣୀ ଜ୍ୟୋତିର୍ମୟୀ ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଜିଲା ସହ ଶିକ୍ଷାଧିକାରିଣୀ ତଥା ଗୋଷ୍ଠୀ ଶିକ୍ଷାଧିଟ୍ଟାରିଣୀ ଗାଁଦିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି I

ମୁଖ୍ଯ ଅତିଥିଭାବରେ ଜିଲାପରିଷଦ ଅଧ୍ୟକ୍ଷ  ଅର୍ଚ୍ଚନା ପୁହାଣ .ସମ୍ମାନୀତ ଅତିଥି ଭାବେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ  ରୀନାରାଣୀ ଖଟୁଆ, ତହସିଲଦାର ସ୍ଟଦର୍ଶନ ଗୁରୁ ରାଷ୍ଟ୍ରପତି ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦଣ୍ଡଧର ସାଦ୍ଏବଂ ମୁଖ୍ୟ ବକ୍ତାଭାବରେ ଗଦିଆ ଗୋଷ୍ଠୀ ସଂପ୍ରସାରଣ ଅଧିଚ୍ଚାରୀ  ଆଶିଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦ୍ଦେଇ ବିଦାୟୀ ସହ ଶିକ୍ଷାଧିକାରୀଙ୍କୁ ମାନପତ୍ର ଓ ଭପଢୌକନ ପ୍ରଦାନ କରିଥିଲେ। ଶ୍ରୀମତୀ ନାଥଙ୍କ ସ୍ୱର ଚିତ କବତା ପୁସ୍ତକ ସୃଷ୍ଟି ଓ ସ୍କୃତି ଭକ୍ତ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ଉନ୍ଲୋଚିତ ହୋଇଥିଲା।

ଗଁଦିଆ  ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚରୀ ଓ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ମିଳିତ ସହଯୋଗରେ ଏଭଳି ଏକ ନିଆରା ପରମ୍ପରା ସୃଷ୍ଟି କରାଯାଇ ଶ୍ରୀମତୀ ଜ୍ୟୋତିର୍ମୟୀ ନାଥଙ୍କୁ ପ୍ରୋଭିଜିନାଲ଼ପେନ୍‌ସନ୍‌ କାଗଜାତ ଜିଲ୍ଲା ସହ ଶିକ୍ଷାଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ କରକମଳରେ ପ୍ରଦାନ କରାଯାଇଥିଲା।

ଉକ୍ତ ନିରାଡମ୍ବର ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଗଦିଆ ବ୍ଳକର ସମସ୍ତ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷିକ ଶିକ୍ଷିକା ଯୋଗଦେଇ ଶ୍ରୀମତୀ ନାଥଙ୍କର ଗୁଣଗାନ କରିବା ସଂଗେସଂଗେ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଗଁଦିଆ ବ୍ଳକର ସୁନାମଧନ୍ୟ ଶିକ୍ଷିକା  ଦିପ୍ତିମୟୀ ଲେଙ୍କା କାର୍ଯକ୍ରମର ସଂଯୋଜନା କରିଥିବାବେଳେ ଆଙ୍କିର୍ଦ୍ଧା ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସ୍ଵାଇଂ ଉପସ୍ଥିତ ଅତିଥିମାନଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment