ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛାତ୍ରୀଙ୍କ ନିଯୁକ୍ତି ନିମନ୍ତେ ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇକ୍ୟୁଏସି ସେଲ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓଡିଶା ଶାଖା ତରଫରୁ ଛାତ୍ରୀମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ୍ରେ ନିଯୁକ୍ତି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଉଦ୍ଘାଟନ କରି ଏପରି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ବ୍ୟାଙ୍କ୍ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ ।

ରିଜର୍ଭ ବ୍ୟାଙ୍କ୍ ଓଡିଶା ଶାଖାର ସହକାରୀ ମହାପ୍ରବନ୍ଧକ ପ୍ରଜ୍ଞାସ୍ମିତା ରାଉତ ଯୋଗଦେଇ ରିଜର୍ଭ ବ୍ୟାଙ୍କ୍ର କାର୍ଯ୍ୟାବଳୀ ସହିତ ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ଏହାର ଭୂମିକା ସଂପର୍କରେ ଉଦ୍ବୋଧନ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ରିଜର୍ଭ ବ୍ୟାଙ୍କ୍ର ଅଗ୍ରଣୀ ଜିଲ୍ଲା ଅଧିକାରୀ ଅମିତ କୁମାର ଆର୍ବିଆଇର ନିଯୁକ୍ତି ବ୍ୟବସ୍ଥା ଉପରେ ସ୍ଲାଇଡ୍ ପ୍ରେଜେଣ୍ଟେସନ୍ କରିଥିଲେ । ଏହି ଅବସରରେ ବ୍ୟାଙ୍କିଙ୍ଗ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଆକ୍ୟୁଏସି ସେଲ୍ର ସଂଯୋଜକ ଡ. ପ୍ରଶାନ୍ତ କୁମାର ପରିଡା ଧନ୍ୟବାଦ ଦେଇଥିଲେ ।

ଆକ୍ୟୁଏସି ସେଲ୍ର ସଦସ୍ୟା ଅଧ୍ୟାପିକା ସୁମିତ୍ରା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପକ ରଶ୍ମିରଞ୍ଜନ ନାୟକ, ଅଧ୍ୟାପକ ରାକେଶ ଚନ୍ଦ୍ର ସାହୁ, ୟୁକୋବ୍ୟାଙ୍କ୍ ଢେଙ୍କାନାଳ ଶାଖାର ବିଶ୍ୱଭାରତୀ ସାହୁ ଏବଂ ବରୁଣ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment