ଭେରୁଣିଆ ପ୍ରତିଭା ସମ୍ମାନ ୨୦୨୩

ପରଜଙ୍ଗ:ରସ୍ବତୀ ପୂଜା ଉପଲକ୍ଷେ, ଭେରୁଣିଆ ପଲ୍ଲିଶ୍ରୀ ଯୁବକସଙ୍ଘ ତରଫରୁ ଆୟୋଜିତ ଭେରୁଣିଆ ପ୍ରତିଭା ସମ୍ମାନ ୨୦୨୩ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଏବଂ ସମ୍ମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା ଏବଂ ସାଆଁଦା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଦାସ ସମେତ ଭୁବନେଶ୍ୱର ନୀଳାଦ୍ରି ବିହାର ସାଂସ୍କୃତିକ ସଂଘ ର ସଭାପତି ଡା. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ସମ୍ପାଦକ ବିଶ୍ୱଜିତ ପଟ୍ଟନାୟକ ଯୋଗଦେଇଥିଲେ |

ଏହି ପରିପେକ୍ଷି ରେ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ପ୍ରସାଦ କୁମାର ପଣ୍ଡାଙ୍କୁ ଜ୍ଞାନ ଭାରତୀ ଉପାଧି ରେ ସମ୍ମାନିତ କରିବା ସହ ଭେରୁଣିଆ ଗର୍ବ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା |

ସର୍ବ ଭାରତୀୟ ସ୍ତରରେ ଶିକ୍ଷାର ବିକାଶ ପାଇଁ ଭେରୁଣିଆ ର ଅଶୋକ କୁମାର ପଣ୍ଡା, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ପ୍ରସାଦ କୁମାର ପଣ୍ଡା,ସାହିତ୍ୟ କ୍ଷେତ୍ରରେ ବଟକୃଷ୍ଣ ପଣ୍ଡା, ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଗ୍ରାମର ବୈଜ୍ଞାନିକ ଅଞ୍ଜନ କୁମାର ପଣ୍ଡା,ଅଧ୍ୟୟନ ଏଵଂ ସମାଜସେବା କ୍ଷେତ୍ରରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଆଇନ ସେବା କ୍ଷେତ୍ରରେ ଓଡ଼ିଆ ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପଣ୍ଡା,କଳ। କ୍ଷେତ୍ରରେ ନାରାୟଣ ପଣ୍ଡା, ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶୁକଦେବ ପଣ୍ଡା, ପାଲା ସଂସ୍କୃତି ପାଇଁ ଲକ୍ଷ୍ମୀଧର ପଣ୍ଡା, ଶ୍ରେଷ୍ଠ ଛାତ୍ର ଭାବରେ ଅମିତାଂଶୁ ପଣ୍ଡା, ଡ୍ରାମା ପାଇଁ ସାନ୍ଦ। ର ରାଜେଶ ପାଣି, ସ୍ୱଳ୍ପ ମୂଲ୍ୟରେ ଦୀର୍ଘ ଦିନ ଧରି ଟିଉଷନ କରି ଆସୁଥିବା ସରବେରଣୀ ଗ୍ରାମର ପ୍ରମିଳା ପାଣି, ଶ୍ରେଷ୍ଠ ଚାଷୀ ଭାବରେ ଚାନ୍ଦପୁର ର ଶ୍ରୀବସ୍ଛ ପାଢ଼ୀ, କରୋନା କାଳରେ ଅଂଚଳର ଲୋକଙ୍କୁ ବାରିକ ସେବା ଯୋଗାଇ ଥିବା ଅକ୍ଷୟ ବାରିକ ଙ୍କୁ ସମ୍ମାନିତ କରାଯାଇଥିଲା |

Comments (0)
Add Comment