ଢେଙ୍କାନାଳ ରେ ଗଡିଲା କୃଷି ଯନ୍ତ୍ରପାତି ପ୍ରଚାର ରଥ

ଢେଙ୍କାନାଳ ଜିଲ୍ଲାରେ କୃଷି ଯନ୍ତ୍ରପାତି ରଥର ଶୁଭାରମ୍ଭ

ଢେଙ୍କାନାଳ :ଜିଲ୍ଲାପାଳ ଙ୍କ କାର୍ଯ୍ୟlଳୟ ପରିସରରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀ ସବୁଜ ପତାକା ଦେଖାଇ କୃଷି ଯନ୍ତ୍ରପାତି ରଥର ଶୁଭ ଉଦ୍ଘାଟନ କରିଥିଲେ । ତା ୧୦.୦୨.୨୦୨୩ ରିଖ ଠାରୁ ତା ୧୩.୦୨.୨୦୨୩ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ନିମନ୍ତେ ପ୍ରଚାର ପ୍ରସାର କରିବା ସହିତ ଜନ ସଚେତନତା ସୃଷ୍ଟି କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି ।

ଗୁରୁବାର ଠାରୁ ୦୮ତାରିଖ ପର୍ଯ୍ୟନ୍ତ ଦୁଇ ଗୋଟି ରଥ ୦୮ ଗୋଟି ବ୍ଲକ ପରିଭ୍ରମଣ କରି ପ୍ରତ୍ୟେକ ଚାଷୀ ଭାଇ ଓ ଭଉଣୀମାନଙ୍କୁ ମେଳାରେ ଯୋଗଦାନ କରି କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ କ୍ରୟ କରିବା ନିମନ୍ତେଅବଗତକରାଯିବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରି ତନ୍ମୟ କୁମାର ଦରୱାନ ଉପସ୍ଥିତ ରହିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ତୋଷ , ନିର୍ବାହୀ ଯନ୍ତ୍ରୀ ( କୃଷି ) ରଘୁନାଥ ବେହେରା ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ , କର୍ମକର୍ତ୍ତା ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment