ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଂଚାୟତ ଅନ୍ତର୍ଗତ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।

ପରେ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉସôବରେ ଯୋଗଦେଇ କୃତୀ କ୍ରୀଡାବିତ ମାନଙ୍କୁ ପୁରସ୍କୃତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ବାରୁଆଁ (ବି) ସରପଂଚ ବୀଣାପାଣି ସାହୁ ,ଅଧ୍ୟାପକ ପ୍ରତାପ ବାରିକ , ଛାୟାକାନ୍ତ ବେହେରା , ଲାଇବ୍ରେରିଆନ ନୃସିଂହ ଚରଣ ୦ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Comments (0)
Add Comment