ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲା ବରିଷ୍ଠ ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଆଜିର ଦିବସ ଉପରେ ଆଲୋକପାତ କରିବା ସହ ସମ୍ବିଧାନକୁ ସମ୍ମାନ ଦେଇ ଦେଶକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତେ ସହଭାଗୀ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ୍ ଶର୍ମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାସ୍ଥଳେ ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ସମ୍ପାଦିକା ଅନିତା ଦାସ, ଜିଲ୍ଲା ମହିଳାମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ, ଉଲି ନାୟକ, ଅନୁସୂଚିତ ଜାତି ଜିଲ୍ଲା ସଭାପତି ଲକ୍ଷ୍ମୀଧର ଦଳେଇ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରା, ଉପସଭାପତି ଅଶୋକ ଦାସ, ପୂର୍ବତନ ସଭାପତି ତଥା କାଉନ୍ସିଲର ନିରୋଦ କୁମାର ସାହୁ, କାଉନ୍ସିଲର ମମତା ସାହୁ, ସୂର୍ଯ୍ୟପ୍ରତାପ ରାଉତ, ସୁମିତ୍ରା ମଲ୍ଲିକ (୧୦), ସୁମିତ୍ରା ମଲ୍ଲିକ (୨୨) ଲକ୍ଷ୍ମୀପ୍ରିୟା ଦଳେଇ, ପ୍ରତାପ ନାୟକ, ବଳରାମ ସେଠୀ, ଜିଲ୍ଲା ଆଇଟିସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ସୁଚିତ୍ର ବେହେରା, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ, ଭୀମସେନ ବେହେରା, ଉମେଶ କୁମାର ସ୍ୱାଇଁ, କିମନ ମଲ୍ଲିକ, ଦେବାଶିଷ ପାଣି, ଗଦାଧର ରାଉତ, ସଂଜୟ ରାଉତ, ନାଗାର୍ଜୁନ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସଂପାଦକ ମାତୃପ୍ରସାଦ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।

Comments (0)
Add Comment