ମହିମା ମହାବିଦ୍ୟାଳୟ ଯୋରନ୍ଦାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାଦ୍ବାରା “ଜାତୀୟ ସେବା ଯୋଜନା ଦିବସ” ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କଦ୍ଵାରା ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି  ବାହାରି ଯୋରନ୍ଦା, ନାଟିମା, ଯାମୁସରା ଓ ନୁଆସାହି ଆଦି ଗ୍ରାମରେ  ରକ୍ତଦାନ, ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସଚେତନତା କରାଯାଇଥିଲା।
ଏହି ରାଲିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଦାନନ୍ଦ ମିଶ୍ର ଉଦ୍ଘାଟନ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ବିଭାଗୀୟ ମୁଖ୍ୟ ପ୍ରହ୍ଲାଦ କୁମାର ସ୍ବାଇଁ ଏବଂ ଅଧ୍ୟାପକ ରଞ୍ଜିତ କୁମାର ଚିନାରା ଯୋଗଦାନ କରିଥିଲେ।
ଏହାପରେ ଏକ ସଭା ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ମହୋଦୟ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ  ଏନ୍.ଏସ୍.ଏସ୍ ର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ।
ଏହା ପରେପରେ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରେ ସ୍ଲୋଗାନ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପିକା ଗୀତାଞ୍ଜଳି ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।
Comments (0)
Add Comment