ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ବୈଠକ

ଢେଙ୍କାନାଳ:ଢେଙ୍କାନାଳ ସ୍ଥାନୀୟ ଦଥିବାବନ ଜିୟୁ ମଠ ପରିସର ମଧ୍ୟରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ୬୦ ରୁ ଅଧିକ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ ।

ଆସନ୍ତା ଡିସେମ୍ବର ମାସ ୨୨,୨୩ ଓ ୨୪ ରିଖ ୨୦୨୨ ତିନି ଦିନି ଧରି ଠାକୁର ଅଭିରାମ ପରମ ହସଂ ଓ ସନାତନ ଧର୍ମ ର ସମ୍ମିଳନୀ ଢେଙ୍କାନାଳ ଟାଉନ ଠାରେ କରିବାକୁ ସ୍ଥିର କରାଗଲା ।

ପରବର୍ତ୍ତି ସଭା ଆସନ୍ତ। ରବିବାର ୧୮ ତାରିଖ ଦିନ ଅଜ୍ଞା ମାଳ ଆଣିବା ଓ କର୍ମକର୍ତ୍ତ। ଚୟନ ସପର୍କରେ ଆଲୋଚିତ ହେବ। ଏହି ସଭାର ଶ୍ରୀ ସୁଧାକର ଜେନା ସଭାପତିତ୍ଵ କରିଥିବା ବେଳେ ଶ୍ରୀ ଶ୍ରୀ ହୃଦାନନ୍ଦ ପ୍ରଧାନ ଓ ଉପ ସଭାପତି ଶ୍ରୀ ରାଧାବଲ୍ଲବ ରାୟ , ଯୁଗ ସଂପାଦକ ଶ୍ରୀ ରତିକାନ୍ତ ବେହେରା, ସହ ସଂପାଦକ ବାବୁରାମ ପାତ୍ର, କୋଷାଧକ୍ଷ ଶ୍ରୀ ଅବନି କୁମାର ରାଉଳ, ସହ କୋଷାଦକ୍ଷ ଶ୍ରୀ ଜତିନ୍ଦ୍ର ପ୍ରସାଦ କର ଓ ଅନ୍ୟ ମାନେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments (0)
Add Comment