ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା

ଭୁବନ:  ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟିଛି । ବାଇକକୁ ଏକ ଟ୍ରକ ପିଟିଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ଜଣେ ଜେଲରଙ୍କ ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି ।

ତେବେ ଖବର ନେବାରୁ ଜଣାପଡିଛି ଯେ ଯାଜପୁର ଜେଲର ପପୁ ପ୍ରସାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ । ଭୁବନ କଲେଜ ଛକରେ ଏକ ଦଶ ଚିକିଆ ଟ୍ରକ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ଛକରେ ଉପସ୍ଥିତ ଥିବା ଲୋକମାନେ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ଜେଲରଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଜେଲର ପପୁ ପ୍ରସାଦ ମହାରଣା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ଏକ ଦୁର୍ଘଟଣାରେ ମାଆ-ପୁଅ ଯାଜପୁର ଜିଲ୍ଲା ସୁକିନ୍ଦାରୁ ଭୁବନ ଏକ ବାଇକ ଯୋଗେ ଆସୁଥିବା ସମୟରେ ବାଉଁଶ କଣ ନିକଟରେ ଏକ ଗାଇ ସହିତ ଧକ୍କା ହୋଇଥିଲା ।

ତେବେ ବାଇକରେ ବସିଥିବା ମହିଳା ଗୁରୁତର ହୋଇ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମହିଳା ଜଣକ ସୁକିନ୍ଦା ଗ୍ରାମର ଦୁର୍ଗାବତୀ ଦେବୀ ବୋଲି ଜଣାପଡିଛି । ଜେଲରଙ୍କ ଘର କାମାକ୍ଷାନଗର ବାଟଗାଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

Comments (0)
Add Comment