ବିଜେଡି-ବିଜେପି କନ୍ଦଳ: ଢେଙ୍କାନାଳରେ ଫିକା ପଡିଲା ସ୍ୱାୟତ୍ତ ଶାସନ ଦିବସ

ଢେଙ୍କାନାଳ : ଢେଙ୍କାନାଳ ପୈାରପରିଷଦରେ ବିଜେପି ବିଜେଡି କନ୍ଦଳ ଯୋଗୁଁ ଫିକା ପଡିଛି ସ୍ୱାୟତ ଶାସନ ଦିବସ । ଅପରାଣହ ରେ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି । ନିରାଶ ହେବାକୁ ପଡିଛି ହିତାଧିକାରୀ, ପୈାରବାସୀ ଏବଂ ଭାଗ ନେବାକୁ ଆସିଥିବା କଳାକାର ମାନଙ୍କୁ ।

ଆଜିଥିଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସକାଳ ଠାରୁ ଅପରାଣହ ପର୍ଯ୍ୟନ୍ତ ଠିକ ଠାକ ଚାଲିଥିଲା, ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସାଂସଦ ମହେଶ ସାହୁ ଓ ବିଧାୟକ ସୁଧିର ସାମଲ ଅତିଥି ଭାବେ ଯୋଗ ଦେବାକୁ ନିମନ୍ଥଣ ପତ୍ର ବଣ୍ଟା ଯାଇଥିଲା । ମାତ୍ର ବିଜେଡି ଏବଂ ବିଜେପି କାଉସିଲର ମାନଙ୍କ ଭିତରେ ଆରମ୍ଭ ରୁ ଚାଲିଥବବା କନ୍ଦଳ ଯୋଗୁଁ ସଭା ବାତିଲ କରାଯାଇଛି ।

ଏହି ସଭାରେ ଆବାସ ଯୋଜନା ରେ କାର୍ଯ୍ୟାଦେଶ ବାଣ୍ଟିବା ସହିତ ଜାଗା ମିଶନରେ ପଟ୍ଟା ପ୍ରଦାନ ଓ ଭତ୍ତା ଆଦି ଦିଆଯିବାର କାର୍ଯ୍ୟକ୍ରମ ରହିଥିଲା । ହ୍ୟୁମାନ ସାଗରଙ୍କ ଭଳି କଳାକାର ଏବଂ ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ବି ବାତିଲ ହୋଇଗଲା । ଦିନ ୧୧ ଟା ଯାଏ କାର୍ଯ୍ୟକ୍ରମ ଚାଲିଥିଲା ଯେଉଁଥିରେ ପୌର ଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପତକା ଉତୋଳନ କରିଥିଲେ ।

ଏଥିରେ ଉପସ୍ଥିତି ଥିଲେ ପୌର ନିର୍ବାହୀ ଅଧିକାରୀ ଅତୁନ କୁମାର ସାମନ୍ତ, ଉପାଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ଅତିବରିଷ୍ଠ ସହାୟକ ସରୋଜ କୁମାର ରାଉତ, ବରିଷ୍ଠ ସହାୟକ ଶ୍ରୀ ଚନ୍ଦ୍ରିକା ପଣ୍ଡା , ଟ୍ୟକ୍ସ ଦାରାଗା ବସନ୍ତ କୁମାର ପଟ୍ଟନାୟକ , ପୌରଯନ୍ତ୍ରୀ ଶ୍ରୀମତି ରଶ୍ଚିତା ମିଶ୍ର ଓ ସମସ୍ତ ନବ ନିର୍ବାଚିତ  ଉପସ୍ଥିତ ଥିଲେ ଓ ସମସ୍ତେ ପୌର କର୍ମଚାରି ଓ ସ୍ଵଚ୍ଛ ସାଥି ଙ୍କ ଉପସ୍ଥିତିର ଏହି ସ୍ଵାୟତ ଶାସନ ଟି ପାଳନ ହୋଇଥିଲାI

  ନିଖିଳ ଭାରତ ସ୍ଵାୟତ ଶାସନ ଦିବସ ଉପଲକ୍ଷେ ଆଜି ବର ପୁତ୍ର ମାନଙ୍କୁ ମାଲ୍ୟାପର୍ଣ କରାଯାଇଥିଲା । ପ୍ରଥମେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀ ଙ୍କୁ ତାପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତଃ ଆମ୍ବେଦକର,କୋଟ ପାଖରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ , ବସ୍‌ଷ୍ଟାଣ୍ଡ ପାଖରେ ଥିବା ସହିଦ ସ୍ମୃତି ସ୍ତମ୍ଭ ,ବାଜି ଚୌକ ସ୍ଥିତ ସହିଦ ବାଜି ରାଉତ ଙ୍କ ସ୍ମତି ପିଠ, ସୁପର ମାର୍କେଟ ସ୍ଥିତ ଇନ୍ଦିରା ଗାନ୍ଧିଙ୍କ ପ୍ରତିମୃତି, ଗୋପବନ୍ଧୁ ଟାଉନ ହଲ ସ୍ଥିତ ଗୋପବନ୍ଧୁ ଦାସ, ରଥଗଡ଼ା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ,ବଳରାମ ମନ୍ଦିର ସ୍ଥିତ ସାରଙ୍ଗଧର ଙ୍କ ମୂର୍ତ୍ତିରେ, ମହିଳା ମହାବିଦ୍ୟାଳୟ ଆଗରେ ଥିବା ନେତାଜି ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି, ପୌରପାଳିକାର ପାର୍କ ରେ ଥିବା ବ୍ରଜନାଥ ବଡଜେନା ଙ୍କ ପ୍ରତିମୂର୍ତ୍ତି ର ପୁଷ୍ପ ମାଳ ଅର୍ପଣ କରିଥିଲେ ଓ ଶେଷର ମନି ଷ୍ଟାଡିୟମ ସ୍ଥିତ ତ୍ରରଙ୍ଗା ପତାକା ପାଖରେ ପୁଷ୍ପ ଅର୍ପଣ କରିଥିଲେ ।

Comments (0)
Add Comment