ସୂଚନା ଅଧିକାର ଆଇନ ବାଟବଣା : ପ୍ରଥମ ଅପିଲ କର୍ତ୍ତୃପକ୍ଷ ଦିନ ଧାର୍ଯ୍ୟ କରି ଶୁଣାଣି କଲେ ନାହିଁ

କଙ୍କଡାହାଡ଼: ସୂଚନା ଅଧିକାର ଆଇନରେ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଟୁକୁନ ବିଶ୍ୱାଳ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ଢେଙ୍କାନାଳ ଙ୍କ ଠାରେ କଙ୍କଡାହାଡ଼ ବ୍ଲକ ରେ ୨୧ ଟି ପଞ୍ଚାୟତ ରେ ମନରେଗା ଯୋଜନାରେ ବ୍ୟକ୍ତିଗତ ଭାବେ ପାଇଥିବା ହିତାଧିକାରୀ ଙ୍କ କ୍ଷେତପୋଖରୀ ଖନନ(ଫାର୍ମ ପଣ୍ଡ) ସମସ୍ତ କାର୍ଯ୍ୟ ର ସମସ୍ତ ତଥ୍ୟ ଜାଣିବା ପାଇଁ ବର୍ଷ୧୭-୧୮,୧୮-୧୯ ୧୯-୨୦,୨୦-୨୧,୨୧-୨୨,୨୨-୨୩ ର ସୂଚନା ଅଧିକାର ଆବେଦନ ଫର୍ମ(କ)ନିୟମ ୪(୧)ଦୃଷ୍ଟବ୍ୟ ଅଧିନିୟମ ଧାରା ୬(୧) ରେ ୨୯/୦୬/୨୦୨୨ ରେ ଆବେଦନ କରିଥିଲେ ।

ଏହା ପରେ ବିଭାଗ ତରଫରୁ ପତ୍ର ସଂଖ୍ୟା-୧୧୩୪ ରେ ତା/୨୨/୦୭/୨୦୨୨ ରେ ଅସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଥିବାରୁ ସୂଚନା ଅଧିକାର ଆଇନରେ ସୂଚନା ମାଗିଥିବା ସୂଚନା ଅଧିକାର କର୍ମୀ ଟୁକୁନ ବିଶ୍ୱାଳ ପ୍ରକଳ୍ପ ନିର୍ଦେଶକଙ୍କ ପାଖରେ ଫର୍ମ ଘ ନିୟମ ୭(୧)ଦୃଷ୍ଟବ୍ୟ ଅଧିନିୟମ ଧାରା ୧୯(୧)ଅନୁଯାୟୀ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଠାରେ ତା/୪/୦୮/୨୦୨୨ ରେ କରିଥିଲେ ।

ପ୍ରଥମ ଅପିଲ ଆଧାରରେ ପତ୍ର ନମ୍ବର-୧୩୩୧ ରେ ତା/୧୬/୦୮/୨୦୨୨ ରେ ଶୁଣାଣି ପାଇଁ ୨୬/୦୮/୨୦୨୨ ସମୟ ପୂର୍ବାହ୍ନ ୧୧ ଟା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବା ପାଇଁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟ ଠାରୁ ୧୦୦ କିମି ଦୂର ଘର ହେଇଥିଲା ବେଳେ ସୂଚନା ମାଗିଥିବା କର୍ମୀ ଠିକ ସମୟରେ ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିଥିଲେ ।ଦୁଃଖଦ ବିଷୟ କୌଣସି କାର୍ୟ୍ଯ ସୁଚି ନଜଣାଇ ଉକ୍ତ ଶୁଣାଣି କୁ ବାତିଲ ହୋଇଥିବା ନେଇ କୌଣସି ଡାକ ପତ୍ର ମାଧ୍ୟମରେ ଜଣାଇ ନାହାଁନ୍ତି ।

ସୂଚନା ମାଗିଥିବା ସୂଚନା ଅଧିକାର କର୍ମୀ କହିଛନ୍ତି ବିଭାଗ ତରଫରୁ କୁହାଯାଇଛି ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ମିଟିଙ୍ଗ ଥିବାରୁ ଅନୁପସ୍ଥିତ ଅଛନ୍ତି ଆଉ ଗୋଟେ ତାରିଖ କରି ଶୁଣାଣି ପାଇଁ ଡକାଯିବ । ଏଠି ପ୍ରଶ୍ନ ଉଠେ ୧୦ ଦିନ ପୂର୍ବରୁ ଶୁଣାଣି ପାଇଁ ଚିଠି କରି ବିନା ସୂଚନା ରେ ଶୁଣାଣି ବାତିଲ କରିବା କେତେଦୂର ଯୁକ୍ତିଯୁକ୍ତ ।

ଜିଲ୍ଲାପାଳ ଏଥିପାଇଁ ଦୃଷ୍ଟି ଦେବା ପାଇଁ ସୂଚନା ମାଗିଥିବା ସୂଚନା ଅଧିକାର କର୍ମୀ ନିବେଦନ କରିଛନ୍ତି ।କଙ୍କଡାହାଡ଼ ବ୍ଲକରେ ଅନିୟମିତତା ଖବର ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଉଥିଲା ବେଳେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।

ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ର ଜନସାଧାରଣ ସରଳ ନିରୀହ ହେଇଥିବାରୁ ଏହାର ସୋଯୋଗ ନେଇ ସରକାରୀ ସ୍ତରରେ ଅବହେଳିତ, ନିଷ୍ପେସିତ, ହେବା ସହିତ ଶୋଷଣର ଶିକାର ହେଉଛନ୍ତି । ବ୍ଲକ ରେ ଜନସାଧାରଣଙ୍କ ପାଇଁ ଆସୁଥିବା ଅନେକ ଉନ୍ନୟନ କାର୍ଯ୍ୟର ସଠିକ ତଦାରଖ ହେଉ ନଥିବାରୁ ବାଟ ମାରଣା ହେଉ ଅଛି।

Comments (0)
Add Comment