ସ୍ୱାଧିନତା ଉପହାର ନୁହେଁ ,ଦାୟିତ୍ୱ :ଏକତା ,ଅଖଣ୍ଡତା ପାଇଁ ସଂକଳ୍ପନେବା , ଭୁବନ ଏନଏସିକୁ ୧ ନମ୍ବର କରି ଗଢିତୋଳିବା – ନଗରପାଳ

ଭୁବନ : ଭୁବନ ରେ ୭୬ ତମ ସ୍ୱାଧିନତା ଦିବସ ଆଜାଦୀ କା ଅମୃତ ମହୋସôବ ବିପୁଳ ଉସôାହ ଉଦ୍ଦିପନାର ସହ ପାଳିତ ହୋଇଯାଇଛି ।

ଭୁବନ ନୂଆବଜାର (ବସଷ୍ଟାଣ୍ଡ) ଠାରେଏନଏସି ତରଫରୁ ଆୟୋଜିତ ୭୬ ତମ ସ୍ୱାଧିନତା ଦିବସରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ ସହସ୍ରାଧିକ ଜନତା ଙ୍କୁ ସମ୍ବୋଧିତ କରି କହିଥିଲେ ଯେ , ଆଜି ସାରା ଦେଶ ସ୍ୱାଧିନତାର ଅମୃତ ମହୋସôବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ୱରେ ଆମ ଓଡିଶାର ଉକôଳମଣ ିଗୋପବନ୍ଧୁ ଦାସ,ନବକୃଷ୍ଣ ଚୈାଧୁରୀ, ମାଳତୀ ଦେବୀ, ଗୋପବନ୍ଧୁ ଚୈଧୂରୀ, ରମା ଦେବୀ ବୀର ସୁରେନ୍ଦ୍ର ସାଏ ,ହରେକୃଷ୍ଣ ମହତାବ , ବିଜୁ ପଟ୍ଟନାୟକ ଙ୍କ ସମେତ ବାରବର୍ଷର ବାଳକ ବାଜି ରାଉତ ପ୍ରମୁଖ ମହାନ ସଂଗ୍ରାମୀ ଙ୍କ ଆନେ୍ଦାଳନ ଯେଗୁ ଆମ୍ଭେ ସ୍ୱାଧିନତା ପ୍ରାପ୍ତ ହୋଇଛେ ।

ସ୍ୱାଧିନତା ଆମ ପାଇଁ ଉପହାର ନୁହେଁ ,ଏହା ଏକ ଦାୟିତ୍ୱ । ଶାନ୍ତି ,ମୈତ୍ରୀ ଜରିଆରେ ଦେଶର ଏକତା,ଅଖଣ୍ଡତା ପାଇଁ ପ୍ରତ୍ୟେକ ଭାରତୀୟ କିଛି କରିବାକୁ ସଂକଳ୍ପ ନେବା ଉଚିତ ।

ଭୁବନ ଏନଏସିକୁ ରାଜ୍ୟର ୧ ନମ୍ବର ଏନଏସି ଭାବେ ଗଢି ତୋଳିବାକୁ ଆପଣ ମାନଙ୍କର ସହଯୋଗ ଦରକାର । ଭୁବନ ଏନଏସ ିରେ ବିକାଶ ର ନୂତନ ଯୁଗ ଆରମ୍ଭ ହୋଇଛି । ଖୁବଶୀଘ୍ର ନୂଆବଜାର ର ସଂପ୍ରସାରଣ କରାଯିବ ଓ ଯାତ୍ରା ପଡିଆରେ ବସ ଟର୍ମିନାଲ ହେବ । ନୂଆ ବଜାରକୁ ବସ ଯେମିତି ଆସୁଛି ସେମିତି ଆସିବ ।

ବ୍ୟବସାୟୀମାନଙ୍କର କୌଣସି କ୍ଷତିହେବ ନାହିଁ ବୋଲି କହିବା ସହିତ ଅନ୍ୟାନ୍ୟ ଉନ୍ନୟନ ମୂଳକ ସଂପର୍କରେ ସୂଚନା ଦେଇଥିଲେ । ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ ନୂଆବଜାର ବଣିକସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି , କାଳୀବଜାର ସଭାପତି ସମୀର କୁମାର ସାହୁ , ଦୁର୍ଗାବଜାର ସଭାପତି ଶ୍ରୀକାନ୍ତ କୁମାରସାହୁ ପ୍ରମୁଖ ମଂଚାସୀନ ଥିଲେ ।

ନୂଆବଜାର ବଣିକସଂଘ କର୍ମକର୍ତା ଙ୍କ ସହଯୋଗରେ ୭୬ ତମସ୍ୱାଧିନତା ଦିବସ ଅମୃତମହୋସôବ ପାଳିତହୋଇଥିଲା ।

Comments (0)
Add Comment