ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଗୁଣ୍ଡିଚାପଡ଼ା ଠାରେ ଜାତୀୟ ପତାକା ଉତୋଳନ

ଢେଙ୍କାନାଳ (ଅନସାର ଅଲି ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ୍ ଜାମେ ମସଜିଦ ଠାରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅବସରରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଅହମ୍ମଦିୟା ମୁସଲିମ୍ ସଂଗଠନର ସଭାପତି ତଥା ମୁଖ୍ୟ ଅତିଥି ସୁଲେମାନ ଅଲୀ ଖାଁ ପତାକା ଉତୋଳନ କରିଥିଲେ।

ଜାତୀୟ ପର୍ବର ଏହି ଶୁଭ ଅବସରରେ ବହୁସଂଖ୍ୟାରେ ଲୋକ ଉପସ୍ଥିତ ହୋଇଥିଲେ। ଜାତୀୟ ପତାକା ଉତୋଳନ ଏବଂ ଜାତୀୟ ପତାକାକୁ ସଲାମି ଦେବା ପରେ ମୁଖ୍ୟ ଅତିଥି, ଉପସ୍ଥିତ ଯୁବକ ଓ ଭଦ୍ର ମଣ୍ଡଳୀ ଙ୍କୁ ସମ୍ବୋଧିତ କରିଥିଲେ। ଶ୍ରୀ ଖାନ ନିଜ ବକ୍ତବ୍ୟରେ ଇସଲାମ ଏବଂ ଦେଶ ଭକ୍ତି ଉପରେ ଆଲୋକପାତ କରିଥିଲେ।

ସେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର୍ ଅହମ୍ମଦ ଙ୍କ ବକ୍ତବ୍ୟର କିଛି ଅଂଶ ବର୍ଣ୍ଣନା କରିଥିଲେ ଯେ, ଇସଲାମ ଧର୍ମର ସଂସ୍ଥାପକ ହଜରତ ମୁହମ୍ମଦ ମୁସ୍ତଫା ସ୍ୱଲ୍ଲଲ୍ଲାହୁ ଅଲୈହି ୱସଲ୍ଲମ ଙ୍କ ମୁଖ ନିଃସୃତ ବାଣୀରେ ଉଲ୍ଲେଖ ରହିଛି “ହୁବ୍ବୁଲ୍ ୱତନେ ମିନଲ୍ ଈମାନ୍” ଅର୍ଥାତ୍ ଦେଶ ପ୍ରେମ ଈମାନ (ବିଶ୍ଵାସ) ର ଅବିଚ୍ଛେଦ୍ୟ ଅଙ୍ଗ ବିଶେଷ।

ତେଣୁ ଇସଲାମ ଏହାର ପ୍ରତ୍ୟେକ ଅନୁଗାମୀ ଙ୍କ ଠାରୁ ପ୍ରକୃତ ଦେଶପ୍ରେମ ଦାବି କରେ। ତେଣୁ, ଭଗବାନ ଏବଂ ଇସଲାମକୁ ପ୍ରକୃତରେ ଭଲ ପାଇବା ପାଇଁ, ସେ ନିଜ ଦେଶକୁ ଭଲ ପାଇବା ଆବଶ୍ୟକ। ତେଣୁ ଏହା ସ୍ପଷ୍ଟ ଯେ ଜଣେ ବ୍ୟକ୍ତିର ଇଶ୍ବରଙ୍କ ପ୍ରତି ଥିବା ପ୍ରେମ ଏବଂ ଦେଶପ୍ରେମ ପ୍ରତି ପ୍ରେମ ମଧ୍ୟରେ କୌଣସି ବିବାଦ ହୋଇପାରିବ ନାହିଁ । ତେଣୁ ଜଣେ ମୁସଲମାନ ନିଜ ଦେଶ ପ୍ରତି ବିଶ୍ୱସ୍ତତାର ଉଚ୍ଚ ମାନ ହାସଲ କରିବାକୁ ଚେଷ୍ଟା କରିବା ଉଚିତ୍ I

ସୂଚନାଯୋଗ୍ୟ ଯେ ସ୍ଵଦେଶ ପ୍ରୀତି ଇସଲାମର ଏକ ଅଂଶ ବିଶେଷ, ତେଣୁ ଦେଶ ଭକ୍ତିର ସର୍ବୋତ୍ତମ ଶିଖରରେ ପହଁଚିବା ପାଇଁ ଚେଷ୍ଟା କରିବା ପ୍ରତ୍ୟେକ ମୁସଲମାନ ପକ୍ଷରେ ଅତ୍ୟନ୍ତ ଜରୁରୀ, ଯଦ୍ଵାରା ସେ ଈଶ୍ୱର ପ୍ରାପ୍ତି ଏବଂ ତାହାଙ୍କ ସାନିଧ୍ୟ ଲାଭ କରିବାର ଗୌରବ ଅର୍ଜନ କରିପାରିବ ।

ସୁତରାଂ ଜଣେ ମୁସଲମାନର ଈଶ୍ୱର ପ୍ରେମ ଯେ ନିଜ ଦେଶ ପ୍ରତି ପ୍ରେମ ଓ ସଦ୍ଦିଛା ପୋଷଣ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ,ଏହା ଅସମ୍ଭବ।

ଇସଲାମ ଏହା ମଧ୍ୟ ଶିକ୍ଷା ଦିଏ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଇନକୁ ହାତକୁ ନେବା ଉଚିତ ନୁହେଁ କିମ୍ବା ଦେଶ ପ୍ରତି ବିଶ୍ବାସଘାତକତା କରି ଏହା ବିରୁଦ୍ଧରେ ଗୋପନ ଷଡ଼ଯନ୍ତ୍ର ରଚନା କରିବା ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ। ଏହି ଆଦେଶକୁ ନିର୍ଦ୍ଦିଷ୍ଟ ରୁପେ ପାଳନ କରିବା ପାଇଁ ଇସଲାମର ସୁସ୍ପଷ୍ଟ ଶିକ୍ଷା ରହିଛି।

ଏହି ଶୁଭ ଅବସରରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ “ମଜଲିସ ଖୁଦ୍ଦାମୁଲ ଅହମ୍ମଦିୟା” , ଅହମ୍ମଦିୟା ମୁସଲିମ ମହିଳା ସଂଗଠନର ସଦସ୍ୟା “ଲଜନା ଇମାଇଲ୍ଲାହ୍” ଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱାଧୀନତା ର ଏହି ଅମୃତ ମହୋତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Comments (0)
Add Comment