ବ୍ରାଉନ ସୁଗାର ବେପାରୀ କାବୁ:୩୦ଗ୍ରାମ ବ୍ରାଉନ ସୁଗାର ଜବତ କଲା ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡ

ଢେଙ୍କାନାଳ: ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି ।

ତା ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଅଂଚଳରେ ବ୍ରାଉନ ସୁଗାର କାରବାର ବଢି ଚାଲିଥିବା ଖବର ପାଇ ଢେଙ୍କାନାଲ ଅବକାରୀ ବିଭାଗ ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ଚଢ଼ାଉ କରିଥିଲା ।

Comments (0)
Add Comment