ବିଦ୍ୟୁତ ଆଘାତରେ ମହିଳା ମୃତ

ଭୁବନ: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ମଙ୍ଗଳବାର ୧୧ ଘଟିକା ସମୟରେ ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମା ହଲ ନିକଟସ୍ଥ ଧନେଶ୍ୱର ନାୟକ ଙ୍କ ପନôୀ ସସ୍ମିତା (୨୮) ଘରେ କେହି ନଥିବା ସମୟରେ ପ୍ଲଗ ପଏଣ୍ଟ ରୁ କରେଣ୍ଟଖାଇ ଅଚେତ ହୋଇ ତଳେ ପଡିଥିଲେ ।

ପରିବାର ଲୋକେ ଚିକିସôା ନିମନ୍ତେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ଖବର ପାଇ ଭୁବନ ପୋଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲା । ପରିବାରବର୍ଗ ଙ୍କ ତରଫରୁ ଭୁବନ ଥାନାରେ ଅପମୃତ୍ୟୁ ସଂପର୍କରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ତଦନ୍ତ ଜାରିରହିଛି ।

ସୂଚନାଯେଗ୍ୟ ଯେ ,ମୃତ ସସ୍ମିତା ଦେଢ ବର୍ଷ ପୂର୍ବେ ବିବାହ କରିଥିଲେ ଓ ତାଙ୍କର କୌଣସି ସନ୍ତାନ ନାହାନ୍ତି । ସଂପୃକ୍ତ ମହିଳା ଜଣେ ମେଳାପି ସ୍ୱଭାବର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Comments (0)
Add Comment