ଫରେଷ୍ଟ ଗାର୍ଡଙ୍କ ମନମୁଖୀ କାମ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମପଞ୍ଚାୟତର ତାମଣ୍ଡା ଗ୍ରାମରେ ବନ ବିଭାଗ ପକ୍ଷରୁ ପରିଚାଳିତ ବନସୁରକ୍ଷା ସମିତିର ସଂପାଦକ ତଥା ଫରେଷ୍ଟଗାର୍ଡଙ୍କ ବିରୋଧରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅର୍ଥ ହେରଫେର୍ ନେଇ ଅଭିଯୋଗ ଆଣିଛନ୍ତି ।

ବନବିଭାଗ ତରଫରୁ ବନସୁରକ୍ଷା ସମିତି (ଭିଏସ୍ଏସ୍)କୁ ଆସୁଥିବା ଆର୍ଥିକ ଅନୁଦାନଗୁଡିକୁ ମନଇଚ୍ଛା ଉଠାଣ କରି ଫରେଷ୍ଟ ଗାର୍ଡ ତଥା ଭିଏସ୍ଏସ୍ର ସଂପାଦକ ଯୁଗଳ କିଶୋର ମହାନ୍ତ ଅର୍ଥ ଆତ୍ମସାତ କରୁଛନ୍ତି । ଗତ ୨୦୨୦ ମସିହା ମେ ମାସରେ ତକ୍ରାଳୀନ ଭିଏସ୍ଏସ୍ର ସଭାପତି ଏ ନେଇ ଆପତ୍ତି ଉଠାଇଥିଲେ । ସେ ଚେକ ଦସ୍ତଖତ ନକରିବାରୁ ତାଙ୍କୁ କମିଟିରୁ ବାହାର କରିଦେବାକୁ ଧମକ ଦେଇ ପରବର୍ତ୍ତୀ ସମୟରେ ଏଥିରେ ସଫଳ ହୋଇଥିଲେ ।

ଏବେ ମଧ୍ୟ ବିଭିନ୍ନ ଚାରାରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତିକୁ ଆସୁଥିବା ଅର୍ଥକୁ ହଡପ କରିବାରେ ଲାଗିଛନ୍ତି । କେତେକ ମୁଷ୍ଟିମେୟ ଲୋକଙ୍କୁ ଭୋଜିଭାତ ଦେଇ ହାତରେ ରଖିବା ସହ ସରକାରୀ ଅନୁଦାନକୁ ଗର୍ଭସ୍ଥ କରୁଥିବା ନେଇ ଅଧିକାରୀ ବେହେରା, ଅଶୋକ କୁମାର ରାଉତ, ସସ୍ମିତା ସ୍ୱାଇଁ, ରମଣୀ ବେହେରା, ସସ୍ମିତା ପ୍ରଧାନ, ନିରୂପମା ବେହେରା, ବିଜୟ ନାୟକ, ଅରୁଣ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଲିଖିତ ଅଭିଯୋଗ କରି ପ୍ରତିକାର ପାଇଁ ନିବେଦନ କରିଛନ୍ତି ।

Comments (0)
Add Comment