ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେରେ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

ଢେଙ୍କାନାଳ :କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେ ସଫେଇ କାର୍ଯ୍ୟକ୍ରମ ପାଳିତ ହେଇଅଛି । କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।

ଏହି କାର୍ଯ୍ୟକ୍ରମ ରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଭିତର ଓ ବାହାରେ ସଫେଇ କରାଯାଇଥିଲା । ଗୋପବନ୍ଧୁ ଙ୍କ ଆତ୍ମ ଜୀବନି ଉପରେ ଆଲୋକପାତ କରାଯାଇଥିଲା ।ସମାଜର ଅବହେଳିତ ନିଷ୍ପେସିତ ବନ୍ୟା କ୍ଳିଷ୍ଟ, ମରୁଡି ପ୍ରପୀଡ଼ିତ ଲୋକ ମାନଙ୍କ ପାଇଁ ଉତ୍କଳମଣି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ।

ଉତ୍କଳମଣି ଜୀବନ ସାରା ଗରିବ ଅସହାୟ ଲୋକ ମାନଙ୍କ ପାଇଁ ସେବା କରିଥିଲେ ତାଙ୍କ ଶ୍ରାଦ୍ଧ ଦିବସ ଠାରୁ ୭ ଦିନ ବିଭିନ୍ନ ଅନୁଷ୍ଠାନ ତରଫରୁ ସେବା ସପ୍ତାହ ପାଳନ ହେଉଅଛି।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଦିପେଶ ପଣ୍ଡା,ନବକିଶୋର ସାହୁ, ସାଧାରଣ ସମ୍ପାଦକ ଟୁକୁନ ବିଶ୍ୱାଳ,ଯୁଗ୍ମ ସମ୍ପାଦକ ସୁବାସ ପଧାନ,କୋଷାଧ୍ୟକ୍ଷ ଅରବିନ୍ଦ ପାଳ,କାର୍ୟ୍ଯକାରୀ କମିଟି ସଦସ୍ୟ କ୍ଷୀରୋଦ ଦେହୁରୀ, ଟଙ୍କଧର ନାଏକ,ଦୀପକ ସାହୁ,ବିରଞ୍ଚି ସାହୁ,ରଞ୍ଜିତ ସାହୁ ,ଚଗଲା ଦେହୁରୀ,ସଂକର୍ସଣ ନାଏକ, ଦୀପ୍ତିରଂଜନ ସାହୁ, ଜିତେନ୍ଦ୍ର ପାଣି ଉପସ୍ଥିତ ଥିଲେ ।

Comments (0)
Add Comment