କୁକୁଡ଼ା ଫାର୍ମକୁ ବିରୋଧ କରି ନାଠୁଆ ଗ୍ରାମବାସୀଙ୍କ ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଠୁଆ ଗ୍ରାମ ନିକଟରେ କୁକୁଡ଼ା ଫାର୍ମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନାଠୁଆ, ପାରିଖେଦା ଓ ଖଣ୍ଡବନ୍ଧ ଗାଁର ଶତାଧିକ ଗ୍ରାମବାସୀ ସାମିଲ ଥିଲେ । ୪୦ଏକର ପରିମିତ ଜାଗାରେ ନିର୍ମିତ ଏହି କୁକୁଡ଼ା ଫାର୍ମ ଗ୍ରାମଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ।

ଯାହାକି ଗ୍ରାମଗୁଡିକୁ ସଂକ୍ରମଣ ବ୍ୟାପୀବାର ଭୟରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁକୁଡ଼ା ଫାର୍ମ ଯୋଗୁଁ ଗ୍ରାମଗୁଡିକର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।

କୁକୁଡ଼ା ଫାର୍ମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଫାର୍ମ ଗେଟ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁକୁଡ଼ା ଫାର୍ମ ଗ୍ରାମ ନିକଟରୁ ବନ୍ଦ ନହେଲେ ଆଗାମୀ ଦିନରେ ଗ୍ରାମବାସୀମାନେ ଏକ ବଡ଼ଧରଣର ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment