ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ବୃଦ୍ଧି

ଭୁବନ : ଭୁବନ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଅଗ୍ନିବର୍ଷା ହେଲା ଭଳି ଲାଗୁଛି । ପ୍ରଚଣ୍ଡ ରୌଦ୍ର ତାପ ବେଳକୁ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।

ରାଜ୍ୟ ସରକାର ଆଦୌ ବିଦ୍ୟୁତ କାଟ ନକରିବାକୁ ବିଦ୍ୟୁତ ବିତରଣ କମ୍ପାନୀ ଙ୍କୁ ନିଦେ୍ର୍ଦଶ ଦେଇଥିବା ବେଳେ ଭୁବନ ଅଂଚଳରେ ଘନ ଘନ ବିଦ୍ୟୁତ କାଟ ଚାଲିଛି । ପ୍ରତିଦିନ ୧ ଘଣ୍ଟା ପାୱାର କଟ୍ ହେଉଥିବା ବେଳେ ଦୈନିକ ପ୍ରାୟ ୮/୧୦ ଥର ୧୦/୧୫ ମିନିଟ ବିଦ୍ୟୁତ କାଟ ହେଉଛି । ଏଥିଯୋଗୁ ଜନସାଧାରଣ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓ ବିଦ୍ୟୁତ ବିଭାଗକୁ ଗାଳି ମଧ୍ୟ କରୁଛନ୍ତି ।

ଭୁବନରେ ସପ୍ତାହେ ହେଲା ୪୦ ଡିଗ୍ରୀରୁ ଉପରେ ତାପମାତ୍ରା ରହୁଥିବାରୁ ଦିନ ୧୦ ଘଟିକା ପରଠାରୁ ବଜାର ଫାଙ୍କା ହୋଇଯାଉଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କାଟ ଯୋଗୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଉଛି । ଭୁବନ ନଗରପାଳ ଏ ସଂପର୍କରେ ବହୀତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Comments (0)
Add Comment