ଅହମ୍ମଦିୟା ମୁସଲିମ ଯୁବ ସଙ୍ଗଠନ ଆନୁକୁଲ୍ୟରେ ଜଳଛତ୍ର

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) ସଂପ୍ରତି ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହେଲାଣି। ଅସହ୍ୟ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ତୃଷ୍ଣା ନିବାରଣ ପାଇଁ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଅହମ୍ମଦିଆ ମସ୍‌ଜିଦ୍ ତୋହିଦ ସମ୍ମୁଖରେ ଜଳଛତ୍ର ଖୋଲାଯାଇଛି ।

ପବିତ୍ର ରମଜାନ ଅବସରରେ ସ୍ଥାନୀୟ ଅହମ୍ମଦିଆ ମୁସଲିମ୍ ଯୁବ ସଂଗଠନ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର କେନ୍ଦ୍ରରୁ ପ୍ରଥମ ଦିନରେ ବାଟୋଇଙ୍କୁ ଦହି ସରବତ ତଥା ବିଶୁଦ୍ଧ ପାନୀୟଜଳ ପ୍ରଦାନ କରାଯାଇଥିଲା।

ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଜଳଛତ୍ରର ଶୁଭାରମ୍ଭ କରିଥିଲେ।

 ମଜଲିସ ଖୁଦ୍ଦାମୁଲ ଅହମ୍ମଦିୟା ଅଥବା ଅହମ୍ମଦିଆ ମୁସ୍‌ଲିମ୍ ଯୁବ ସଂଗଠନର ଅଧ୍ୟକ୍ଷ ମହମୁଦ୍ ଖାଁ ସମେତ ଶେଖ ମୁବଶିର, ହଲିମ୍ ଅହମ୍ମଦ, ମୌଲବୀ ଲିଆକତ ଅଲ୍ଲି ଖାଁ, ହମିଦ୍ ଅହମ୍ମଦ, ସୁଲେମାନ ଅହମ୍ମଦ, ସାହାବାନ୍ ବକ୍ସ, କରିମ୍ ଖାଁ, ଫରିଦ୍ ଉଦ୍ଦିନ ଖାଁ, ମହମ୍ମଦ ମୋବେଶର, ନଇମ ଖାଁ, ଜହୁର ଖାଁ, ମୁଜାହିର ଅହମ୍ମଦ, ଶେଖ୍ ତାହିର, ରିଜୱାନ୍ ଅହମ୍ମଦ୍ ପ୍ରମୁଖ ସହଯୋଗ କରିଥିଲେ।

Comments (0)
Add Comment