ଯୋରନ୍ଦା ଅଞ୍ଚଳର ବରପୁତ୍ର ସଚ୍ଚିଦାନନ୍ଦ ତ୍ରିପାଠୀଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦାଠାରେ ଆଜି ଯୋରନ୍ଦା ଅଞ୍ଚଳର ବରପୁତ୍ର ତଥା ଯୋରନ୍ଦା ଅଞ୍ଚଳର ବିକାଶର ବିନ୍ଧାଣୀ ସଚ୍ଚିଦାନନ୍ଦ ତ୍ରିପାଠୀଙ୍କର ୩୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ସଚ୍ଚିଦାନନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ସଭାପତି ରବିନାରାୟଣ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ଅଞ୍ଚଳର ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ ।ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ମହାନ୍ତି ସ୍ୱର୍ଗତ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପ୍ରଦାନ କରି ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ଧୂପ ଦୀପ ପ୍ରଦାନ କରିଥିଲେ ।ଏଠାରେ ସୂଚନା ଥାଉକି,ସ୍ବର୍ଗତ ତ୍ରିପାଠୀ ଜଣେ ବିଜ୍ଞ ତଥା ବାଗ୍ମୀ ପୁରୁଷ ଥିଲେ ।
ସେ ଜଣେ ନିଶ୍ୱାର୍ଥପର ସମାଜ ସେବି ଥିଲେ । ଯୋରନ୍ଦା ଅଞ୍ଚଳର ସମସ୍ତ ପ୍ରକାର ଅନୁଷ୍ଠାନ ଗଠନରେ ତାଙ୍କର ବଳିଷ୍ଠ ଅବଦାନ ଥିଲା । ଯୋରନ୍ଦାରେ ସମସ୍ତ ବିଦ୍ୟାଳୟ,ପୋଷ୍ଟ ଅଫିସ,ବ୍ଯାଙ୍କ,ରାଜସ୍ୱ କାର୍ଯ୍ଯାଳୟ ପ୍ରଭୁତି ନିର୍ମାଣରେ ତାଙ୍କର ବଳିଷ୍ଠ ଅବଦାନ ଥିଲା ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ମଙ୍ଗୁଳି ଚରଣ ବିଶ୍ୱାଳ, ଗୈାରାଙ୍ଗ ଚରଣ ସାମଲ ,ସୁଧାକର ସାହୁ, ସୁଧାଂଶୁ ଶେଖର ରାଉତ, ନେତ୍ରାନନ୍ଦ ରାଉତ, ତ୍ରିଲୋଚନ ସାହୁ, ଶରତ ଚନ୍ଦ୍ର ପ୍ରଧାନ,ବସନ୍ତ କୁମାର ପାତ୍ର,ବାଇଧର ଦେବତା, ମଧୁ ସେଠୀ ,ଭ୍ରମରବର ପ୍ରଧାନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।ଜ୍ଞାନରଞ୍ଜନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
Comments (0)
Add Comment