ପ୍ରଥମ ମହିଳା ପୌରାଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା

ଢେଙ୍କାନାଳ: ସ୍ଥାନୀୟ ବାଜିଚୌକସ୍ଥିତ ସୀତାରାମ ମଠ ପ୍ରାଙ୍ଗଣ ଠାରେ ଢେଙ୍କାନାଳର ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଓ ପ୍ରଥମ ମହିଳା ପୌର ଅଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ପୂଜ୍ୟପୂଜା ପରିଷଦର ଭାପତି ଶିଳ୍ପୀ ପରେଶ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ପୂଜ୍ୟ ପୂଜା ପରିଷଦରସଂପାଦକ ସମୀର କୁମାର ସାହୁ ପରିଷଦ ବିଷୟରେ ଏବଂ କୁନ୍ତଳା କୁମାରୀଙ୍କ ଶ୍ରାଦ୍ଧ ଉତ୍ସବରେ ଆଗମନ ସମସ୍ତ ଅତିଥିଙ୍କୁ ସ୍ୱାଗତ ପ୍ରଦାନ କରିଥିଲେ । ଅତିଥି ଭାବରେ ବରିଷ୍ଠ ପରିବେଶବିତ୍ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ରଥ, ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟଶାହାଣୀ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ମନୋରଞ୍ଜନ ନନ୍ଦ, ସମାଜସେବୀ ବିନାୟକ ଶତପଥୀ, ଶିକ୍ଷକ ନେତା ବିପ୍ରବର ସାହୁ, ଅଞ୍ଜନ ସାହୁ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର, ସାଂସଦଙ୍କ ପ୍ରତିନିଧି ତଥା ଶ୍ରୀମତୀ ଦଳେଇଙ୍କ ପୁତ୍ର ରୁଦ୍ରାନ୍ତ ଦଳେଇ, ଶିଶିର ଦଳେଇ, ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ,  ସାଗିର୍ ମହମ୍ମଦ, ଶ୍ରମିକ ନେତା ସ୍ୱରୂପାନନ୍ଦ ଦାସ, ବିଜେଡି ଅନୁସୂଚିତ ଜାତି ଓ ଜନଜାତି କୈଳାସ ନାଏକ, କୈବର୍ତ ସମାଜ ବରିଷ୍ଠ କର୍ମକର୍ତା ମଦନ ମୋହନ ବେହେରା, ଦଳିତ ନେତା ପ୍ରଦ୍ୟୁମ୍ନ ନାଏକ, ଚିତରଞ୍ଜନ ସାହୁ, ସନ୍ତୋଷ ଦଳେଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀମତୀ ଦଳେଇଙ୍କ ନାମରେ ଏକ ସ୍ମରଣିକା ପ୍ରକାଶନ କରିବା ଏବଂ ପ୍ରତ୍ୟେକ ବର୍ଷ ଏହି ଶ୍ରାଦ୍ଧ ତ୍ସବ ପାଳନ କରିବ। ପାଇଁ ଏବଂ ସ୍ମୃତି ପରିଷଦ ଗଠନ କରାଯାଇ ସେ ଦାୟିତ୍ୱ ନେଇ କାର୍ଯ୍ୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଶେଷରେ ପରିବାର ତରଫରୁ ରୁଦ୍ରାନ୍ତ ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଗଲା ।

Comments (0)
Add Comment