୧୯୭୧ ଭରତ ଓ ପାକିସ୍ତାନ ଯୁଦ୍ଧର ସହିଦ୍ ଓଡ଼ିଆ ଯବାନଙ୍କୁ ମିଳିଲା ସମ୍ମାନ

 ଢେଙ୍କାନାଳ: କଣ୍ଟାବଣିଆ ଥାନା ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ‘ଶହୀଦ୍ କୋ ଶତ୍ ଶତ୍ ନମନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ସାରା ଦେଶରେ’ଆଜାଦ୍ କି ଅମୃତ ମହୋତ୍ସବ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଦ୍ଵାରା ଶହୀଦମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ‘ଶହୀଦ୍ ସ୍ମାରକୀ ଫଳକ’ ପ୍ରତ୍ୟେକ ଶହୀଦ୍ ଙ୍କ ନିକଟତମ ସମ୍ପର୍କୀୟଙ୍କୁ ସ୍ଥାନୀୟ ଏନ୍.ସି.ସି. ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଅଞ୍ଚଳର ଗଣ୍ୟମାନ ତଥା ସମାଜସେବୀ ଗଙ୍ଗାଧର ସାମଲଙ୍କ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଡାଃ ଅବିନାଶ ସାମଲ ,କୁଞ୍ଜ ତ୍ରିପାଠୀ ଯୋଗ ଦେଇଥିଲେ। ଗଣତନ୍ତ୍ର ର ଶହୀଦ୍ ପରିବାରକୁ ‘ସ୍ମାରକୀ ଫଳକ’ ପ୍ରଦାନ ପାଇଁ ଢେଙ୍କାନାଳସ୍ଥିତ ଏନ୍.ସି.ସି.ର ୧୨ ଓଡିଶା ବାଟାଲିୟନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ତଦନୁଯାୟୀ ବିହାର ରେଜିମେଣ୍ଟରେ ମଙ୍ଗଳପୁର ଗ୍ରାମର ନାଏବ ସୁବେଦାର ଗୋପବନ୍ଧୁ ରାଉତ ୧୯୭୧ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ସଂଘଟିତ ଯୁଦ୍ଧରେ ଶହୀଦ୍ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ‘ଶହୀଦ୍ ସ୍ମାରକୀ ଫଳକ’କୁ ସ୍ଥାନୀୟ ଏନ୍.ସି.ସି.ର ଥାର୍ଡ ଅଫିସର ଡକ୍ଟର ନିହାର ରଞ୍ଜନ ସିଂହ, ଅଧ୍ୟକ୍ଷ, ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲ, ଖଡ ପ୍ରସାଦଙ୍କ ଦ୍ଵାରା ଶହୀଦ୍ ଙ୍କ ଧର୍ମପତ୍ନୀ ରେବତୀ ରାଉତଙ୍କୁ ପ୍ରଦାନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏନ୍.ସି.ସି. ୧୨ ଓଡିଶା ବାଟାଲିୟନ, ଢେଙ୍କାନାଳର କମାଣ୍ଡିଙ୍ଗ ଅଫିସର କର୍ଣେଲ୍ ସିଦ୍ଧାର୍ଥ ବାତ୍ସାୟନ ଏବଂ ସୁବେଦାର ସୋମ୍ ଦତ୍ତଙ୍କ ଦ୍ଵାରା ଶହୀଦ୍ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।କୋଭିଡ଼-୧୯ର ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ଅବଲମ୍ବନ କରି ଗ୍ରାମବାସୀ ଏକତ୍ର ହୋଇ ଆଜିର ଶହୀଦ୍ ପ୍ରତି ସମ୍ମାନ କାର୍ଯ୍ୟକ୍ରମ ପାଇଁ ଗର୍ବ ଅନୁଭବ କରିବା ସହିତ ଖୁସି ବ୍ୟକ୍ତ କରିଥିଲେ ।

ଶହୀଦ୍ ଙ୍କ ପରିବାର ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସ୍ଵର୍ଗତ ରାଉତ ଙ୍କ ପତ୍ନୀ ତାଙ୍କ ପୁଅ ବହୁ ନାତି ନାତୁଣୀ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ କ୍ୟାଡେଟ୍ ସୌମ୍ୟ, ପ୍ରସନଜିତ୍,ସ୍ମାରକ, ସ୍ଵାଗତ, ଅଂଶୁମାନ,ସୁପ୍ରିତ୍, ସିମରନ୍, ସାହିଲ୍, ସଞ୍ଚିତା, ସିଲା, ତାରା ଅଂଶ ଗ୍ରହଣ କରିଥିବା ବେଳେ ସ୍କୁଲର ଶିକ୍ଷକ ସଂଗ୍ରାମ କେଶରୀ ପରିଡା, ଦୁଷ୍ମନ୍ତ କୁମାର ସାହୁ, ଆନନ୍ଦ ଚରଣ ସାମଲ , ପ୍ରଦୀପ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ।

Comments (0)
Add Comment