ଚାନ୍ଦୁଆ ହସ୍ତଶିଳ୍ପ କାରିଗରୀ ତାଲିମ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଠାରେ ଚାନ୍ଦୁଆ ହସ୍ତଶିଳ୍ପ ଗାରିଗରୀ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ହସ୍ତଶିଳ୍ପ ନିଦେ୍ର୍ଦଶକଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ ଗୋକୁଳି ବିହାରୀ ହୋତା ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିବିଆଇ ଜଜ୍ ଭିକାରୀ ଚରଣ ରାଉତ ଯୋଗଦେଇ ତାଲିମ ଗ୍ରହଣ କରୁଥିବା କାରିଗରମାନେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅନବରତ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳର ହସ୍ତଶିଳ୍ପ ସହକାରୀ ନିଦେ୍ର୍ଦଶକ ରମାକାନ୍ତ ବେହେରା ହସ୍ତଶିଳ୍ପ କାରିଗରମାନେ ୬ମାସ ତାଲିମ୍ ଶେଷ କରିବା ପରେ ସେମାନେ ସରକାରୀ ପ୍ରୋତ୍ସାହନରେ ବ୍ୟାଙ୍କ ଋଣନେଇ ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଇଡିଅଟ୍ ପକ୍ଷରୁ ଶିଶିର ଶତପଥୀ, ସଦସ୍ୟ ସଚିବ ସରୋଜ ଶତପଥୀ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ ହିସ୍ତଶିଳ୍ପ ବିକାଶ ଅଧିକାରୀ ମନୋରଞ୍ଜନ ଦାସ ଓ ଇପ୍ସିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପୁରୀର ହସ୍ତଶିଳ୍ପରେ ନିପୁଣ ଶିଳ୍ପୀ କ୍ଷେତ୍ରମଣି ମହାନ୍ତି ତାଲିମ୍ ଦାତା ଭାବେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ୧୫ଜଣ ମହିଳାଙ୍କୁ ୬ମାସ ପାଇଁ ତାଲିମ୍ ପ୍ରଦାନ କରାଯିବ ।

Comments (0)
Add Comment