ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ସହିତ ତାଲିମ ପ୍ରଦାନ କରାଯାଇଛି ।

ଉଦ୍ୟାନ ବିଭାଗ ତରଫରୁ ଓଡାପଡା ଏବଂ ସଦର ବ୍ଲକର ଅଗ୍ରଣୀ ଚାଷୀ ମାନଙ୍କ ପାଇଁ ଏକ ବସଯୋଗେ ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗୁରୀ ଡକ୍ଟର ଆମ୍ବେଦକର ଉଦ୍ୟାନ ଛାତ୍ରାବାସ ଠାରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମରେ ଚାଷର ଉନ୍ନତି ସହିତ ଚାଷୀ ମାନେ କିପରି ସ୍ୱାବଲମ୍ବି ହୋଇପାରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ ସହିତ ଚାଷ କରିବାକୁ ପରାମର୍ଶ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ କୃଷି ଅଧିକାରୀ ମାନସ ମହାପାତ୍ର, ଓଡାପଡା ବ୍ଲକର ସୁଧାକର ଭୁଜବଳ, ସୁବାସ କରଙ୍କ ସହିତ ଚାଷୀମାନଙ୍କ ମଧ୍ୟରେ ସିମିନଈ ପଞ୍ଚାୟତର ଛାୟାକାନ୍ତ ମହାନ୍ତି, ରାସବିହାରୀ ମହାନ୍ତି, ଇନ୍ଦିପୁର ପଞ୍ଚାୟତର ରାଜକିଶୋର ପ୍ରଧାନ, କାଣ୍ଡବିନ୍ଧା ଗ୍ରାମର ରୋହିତ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment