ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ

ଢେଙ୍କାନାଳ : ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ଧର୍ମପତ୍ନୀ ସ୍ବର୍ଗତା ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆଜି ଢେଙ୍କାନାଳ ସହରାଞ୍ଚଳର କାଞ୍ଚନ ବଜାରରେ ରହିଥିବା ଶ୍ରୀ ରଥଙ୍କ ବାସଭବନରେ ପାଳିତ ହୋଇଯାଇଛି |  ଶ୍ରାଦ୍ଧବାର୍ଷିକୀ ଅବସରରେ ମମତା ଦାଶ ସ୍ମୃତି ସଂସଦ ତରଫରୁ ସ୍ବର୍ଗତା ଦାଶଙ୍କ ସମ୍ମାନାର୍ଥେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା |
ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ଉଦ୍ୟାନକୃଷି ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଭଗବାନ ଦାଶ, ସଂସଦର ଆବାହକ ଶ୍ରୀ ରଥ, ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ସତ୍ୟସ୍ୱରୂପ ଦାସ, କାର୍ଯ୍ୟକାରୀ ସଭାପତି ରତନ ନାୟାର, ସାମ୍ବାଦିକା ରାଜଶ୍ରୀ ଶତପଥି ପ୍ରମୁଖ ମଞ୍ଚାସିନ ରହି ସ୍ବର୍ଗତା ରଥଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନର ଅନେକ ଅଭୁଲା କଥା ବାବଦରେ ଆଲୋଚନା କରିଥିଲେ |

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଥୟ ସାହୁ, ଅରବିନ୍ଦ ସାହୁ, ଅମନ ଆୟୁଷ୍ମାନ ଦାସ, ଅମୀୟ ଚାନ୍ଦ, ରୁଦ୍ରାନ୍ତ ଦଳେଇ, ଶ୍ରୀଧର ହୋତା, ଶିଶିର ଶତପଥୀ, ବିପ୍ଳବ ରାଉଳ ଓ ଗଗନ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ଅବସରରେ ସ୍ମୃତି ସଂସଦ ତରଫରୁ ବରିଷ୍ଠ ସାମ୍ବାଦିକ ସଦାଶିବ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ମନୋଜ ସାହୁ ସଭାକୁ ପରିଚାଳନା କରିଥିବା ବେଳେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Comments (0)
Add Comment