ରାଧାଦେଇପୁରକୁ  ହରାଇ ସିମିଳିଆ ଫାଇନାଲରେ

ରାଧାଦେଇପୁର କପ କ୍ରିକେଟ

ଢେଙ୍କାନାଳ :ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ଖେଳରେ ସିମିଳିଆ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି | ନିର୍ଦ୍ଧାରିତ 20 ଓଭରରେ ସିମିଳିଆ ଦଳ ମୁସ୍ତାକଙ୍କ 65 ରନ ସହାୟତାରେ   198 ରନ ସଂଗ୍ରହ କରିଥିଲା।

   ଜବାବରେ ବିବିସିସି ରାଧାଦେଇପୁର ଦୁଷ୍ମନ୍ତ ମିଶ୍ରଙ୍କ 46 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 164 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ମୁସ୍ତାକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରଦୀପ ଜେନା ଓ ସୁରେଶ ଚନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲେ। ରତିକାନ୍ତ ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରିଂ ରେ ସହାୟତା କରିଥିଲେ ସୌମ୍ୟରଂଜନ ସେଠୀ। ଆସନ୍ତା କାଲିର ଫାଇନାଲ ଖେଳ କାମାକ୍ଷାନଗର ଓ ସିମିଳିଆ ମଧ୍ୟରେ ଅନୁଷ୍ଠିତ ହେବ।

Comments (0)
Add Comment