ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ସ୍ଥିତ ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ର 1979 ମସିହା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଗୁଣ୍ଡୁରାପସୀ ପାଖରେ ଥିବା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି l

ବୟସାଧିକ ଯୋଗୁଁ ସେମାନଙ୍କ ମଧ୍ୟରୁ କେହି କେହି ନିଜ ନିଜ ନାତି ନାତୁଣୀଙ୍କୁ ନେଇ ଏହି ବଣଭୋଜିରେ ସାମିଲ କରିଥାନ୍ତି l ଛାତ୍ର ମାନଙ୍କ ମଧ୍ୟରୁ ଶିଶିର ସାହୁ, ରୋହିତ ସାହୁ, ପଙ୍କଜ ନାୟକ, କେଶବ ସାହୁ, ସିଦ୍ଧେଶ୍ୱର ସାହୁ, ବିଜୟ ସାହୁ ପ୍ରମୁଖ ଯୋଗାଯୋଗ କରି ଦାୟିତ୍ୱ ନେଇଥାନ୍ତି ଏବଂ ଆସନ୍ତା ବର୍ଷ ଠାରୁ ଉକ୍ତ ବଣଭୋଜି ବିଦ୍ୟାଳୟ ପାଖରେ କରାଯିବାପାଇଁ ସ୍ଥିର ହୋଇଛି l

ପ୍ରକାଶ ଥାଉକି, ଗତ 2008 ଠାରୁ ପୂର୍ବ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ପ୍ରତି ବର୍ଷ ଡିସେମ୍ବର 25 ରୁ 31 ମଧ୍ୟରେ ଏହି ବଣଭୋଜିର ଆୟୋଜନ କରିଥାନ୍ତି l

Comments (0)
Add Comment